ସଂସ୍କୃତ ଶ୍ଲୋକ ଟ୍ୱିଟ୍ କଲେ ହଲିଉଡ୍ ଷ୍ଟାର୍; ଏବେ ଭାଇରାଲ୍
ନୂଆଦିଲ୍ଲୀ: ହଲିଉଡ୍ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍ ସିଙ୍ଗର୍ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍ଙ୍କ ଗହଣରେ ରୁହନ୍ତି।
କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଟ୍ୱିଟ୍ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା ଏଥର ରୋମାନ ଲିପିରେ ଏକ ସଂସ୍କୃତ ଶ୍ଲୋକ ଟ୍ୱିଟ୍ କରିଛନ୍ତି। ଆଉ ଏହି ଟ୍ୱିଟ୍ ପଢ଼ିବାମାତ୍ରେ ୟୁଜର ଏଥିରେ ପ୍ରତିକ୍ରିୟା ଦେଇ ‘ଜୟ ଶ୍ରୀରାମ’ ବୋଲି ଲେଖିବା ସହିତ ଏହାକୁ ରି-ଟ୍ୱିଟ୍ କରୁଛନ୍ତି।
ପପ୍ ଷ୍ଟାର୍ ଲେଡି ଗାଗା ଲେଖିଛନ୍ତି, ‘ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ’। ଯାହାର ଅର୍ଥ ‘ଦୁନିଆରେ ସବୁ ଲୋକ ଖୁସିରେ ରୁହନ୍ତୁ’। ତାଙ୍କର ଏହି ଟ୍ୱିଟ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୩୪ ହଜାର ଲାଇକ୍ ଓ ୩୫ ହଜାରରୁ ଅଧିକ ରି-ଟ୍ୱିଟ୍ କରାଗଲାଣି।
Lokah Samastah Sukhino Bhavantu
— Lady Gaga (@ladygaga) October 19, 2019
ସୂଚନାଯୋଗ୍ୟ, ଲେଡି ଗାଗା ଅଭିନୟ ସହିତ ଗୀତ ମଧ୍ୟ ଗାଇଥା’ନ୍ତି। ସେ ଶାଲୋ, ପୋକର ଫେସ୍ ଓ ବେଡ୍ ରୋମାନ୍ସ ପରି ଗୀତ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ କିଛି ଦିନ ତଳେ ସେ ଲସ୍ ବେଗାସ୍ର ଏକ କନସର୍ଟରେ ଜଣେ ଫ୍ୟାନ୍ଙ୍କ ସହିତ ଡ୍ୟାନ୍ସ କରୁଥିବା ସମୟରେ ଗୋଡ଼ ଖସି ଯିବାରୁ ତଳେ ପଡ଼ି ଆହତ ହୋଇଥିଲେ।