୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୦ର( (IPL 2020)୩୬ ତମ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ(Mumbai Indians) ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ(KXIP)‌ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ଉଭୟ ଟିମ୍‌ ସୁପର ଓଭରକୁ ଯାଇଥିଲେ, ହେଲେ ମ୍ୟାଚ୍‌ ଟାଇ ହୋଇଯାଇଥିଲା। ଫଳରେ ପୁଣିଥରେ ସୁପର ଓଭର ଖେଳା ଯାଇଥିଲା ଓ ଏଥିରେ ମୁମ୍ବାଇକୁ ହରାଇ ଥିଲା ପଞ୍ଜାବ। ଏହି ମ୍ୟାଚ୍‌ ଯେତେ ରୋମାଞ୍ଚକର ହେଉଛି, ସେତେ ଏହି ମ୍ୟାଚ୍‌କୁ ନେଇ ସୋସିଆଲ୍ ମିଡିଆରେ‌ ମଜାଳିଆ ପ୍ରତିକ୍ରିୟା ସବୁ ଆସୁଥିବା ଦେଖିବାକୁ ମିଳିଛି।

ସବୁଠାରୁ ମଜା କଥା, ଅଭିନେତା ସଲ୍‌ମାନ୍‌ ଖାନ୍‌ ୨୦୦୪ ମସିହାରେ ପ୍ରୀତି ଜିଣ୍ଟାଙ୍କ KXIP ଟିମ୍‌ ମ୍ୟାଚ୍‌ ଜିତିଲା ନା ନାହିଁ ଏକ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ସଲମାନ୍‌ଙ୍କୁ ଦୀର୍ଘ ୬ ବର୍ଷ ପରେ ଅର୍ଥାତ୍‌ ୨୦୨୦ରେ ମିଳିଥିଲା।ଏହାର ଏକ ଟ୍ୱିଟ୍‌ ମଧ୍ୟ ବେଶ୍‌ ଭାଇରାଲ ହେଉଛି।

ଆଇପିଏଲ୍‌ ମ୍ୟାଚ୍‌ରେ ପ୍ରୀତି ଜିଣ୍ଟାଙ୍କ KXIP ଜିତିଲା ନା ନାହିଁ ୨୦୧୪ ମେ’ ୨୮ରେ ସଲମାନ୍‌ ଏକ ଟ୍ୱିଟ୍‌ କରିଥିଲେ। ଟ୍ୱିଟ୍‌ କରି ସଲ୍‌ମାନ୍‌ ପଚାରିଥିଲେ, କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? Kings XI Punjab ୨୦୨୦ ଅକ୍ଟୋବର ୧୯ରେ ଏହାର ଉତ୍ତରରେ କହିଥିଲେ ‘ହଁ’। ଏହି ଟ୍ୱିଟ୍‌ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଫ୍ୟାନ୍ସମାନେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ବେଳେ ଅନେକ ଏହାକୁ ନେଇ ମଜାଳିଆ କମେଣ୍ଟସ୍‌ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।

You might also like