ଭାରତୀୟ ସିନେଜଗତକୁ ତୃତୀୟ ଝଟ୍‌କା; ଚାଲିଗଲେ କୁଲ୍‌ମୀତ ମକ୍କଡ଼

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଭାରତୀୟ ସିନେଜଗତ ପାଇଁ ଖରାପ୍‌ ସମୟ ଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଗୋଟିଏ ପରେ ଗୋଟିଏ ହସ୍ତିଙ୍କ ପରଲୋକ ହେଉଛି। ୨୯ ତାରିଖରେ ଇର୍‌ଫାନ ୩୦ରେ ଋଷି କାପୁର ଓ ଆଜି ୧ ତାରିଖରେ ଆଉ ଜଣେ ଫିଲ୍ମ ପର୍ସନାଲିଟିଙ୍କର ପରଲୋକ ହୋଇଛି।

ଦୀର୍ଘ ୩ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ‘ଦି ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସିଇଓ କୁଲମୀତ ମକ୍କଡଙ୍କର ଆଜି ପରଲୋକ ହୋଇଛି। ଧର୍ମଶାଳାରେ ଥିବା ବେଳେ ଏକ ବଡ଼ ହାଟ୍‌ଆଟାକ୍‌ରେ ସିନେ ଜଗତକୁ ଅଲ୍‌ବିଦା କହିଛନ୍ତି କୁଲମୀତ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଦୋହଲିଯାଇଛି ସିନେ ଜଗତ। ବଡ଼ ବଡ଼ ନିର୍ଦ୍ଦେଶକ ପ୍ରଯୋଜକ ଓ ଅଭିନେତା କୁଲମୀତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

କରନ ଜୋହର, ବିଦ୍ୟାବଲାନ, ସୁବାଷ ଘାଇ, ରମେଶ ସିପ୍ପୀସ ଫରହାନ ଅଖତର, ଏକତା କାପୁରଙ୍କ ଭଳି ବଲିଉଡ୍‌ର ଅନେକ ଷ୍ଟାର୍‌ ଦୁଃଖ ପ୍ରକାଶ କରିଛନ୍ତି।

ସାରେଗାମା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରିଲିୟାନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟରେ ବି କାର୍ଯ୍ୟକରିଛନ୍ତି କୁଲମୀତ। ଏଥିସହିତ ସେ ବିଗ୍ ମ୍ୟୁଜିକ୍ ଆଣ୍ଡ ହୋମ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ସଂସ୍ଥାପକ ଓ ସିଇଓ ଥିଲେ। ତାହ ସହିତ ସେ ଶ୍ରେୟା ଏଣ୍ଟର୍‌ଟେନ୍‌ମେଣ୍ଟର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ତେବେ ୨୦୧୦ରେ ପ୍ରଡ୍ୟୁସର ଗିଲ୍ଡର ସିଇଓ ଭାବେ ଯୋଗ ଦେଇଥିଲେ।

କୁଲମୀତ ମକ୍କଡଙ୍କ କାର୍ଯ୍ୟକାଳ

୧୯୮୯ରେ କୁଲ୍‌ମୀତ ସାରେଗାମା ଇଣ୍ଡିଆ ଲିମିଟେଡ୍‌ର ସଙ୍ଗୀତ ବ୍ୟାପାର ବିଭାଗରେ ଚିପ୍‌ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାମ ଆରମ୍ଭ କରିଥିଲେ। ଏଠାରେ ପାଖାପାଖି ୧୮ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ୨୦୦୭ରେ ରିଲାଏନ୍ସ ବିଗ୍‌ ମ୍ୟୁଜିକ୍‌ ଆଣ୍ଡ ହୋମ୍‌ ଏଣ୍ଟର୍‌ଟେନ୍‌ମେଣ୍ଟରେ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍ ଭାବରେ ୩ ବର୍ଷ କାର୍ଯ୍ୟ କଲେ। ପରେ ଶ୍ରେୟା ଏଣ୍ଟର୍‌ଟେନ୍‌ମେଣ୍ଟ କମ୍ପାନୀରେ ଅଧ୍ୟକ୍ଷ ଭାବେ କାର୍ଯ୍ୟକରିବା ସହିତ ୨୦୧୦ରେ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ ସିଇଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏହି ସମୟରେ ଫିଲ୍ମ ଓ ଟେଲିଭିଜନ ବିଭାଗରେ ବ୍ୟବସାୟୀକ ଲାଭ, ପଲିସି ତିଆରି କରିବା ଓ ବିଭିନ୍ନ ସରକାରୀ ଘଟଣାଗୁଡ଼ିକ ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ସିନେ ଇଣ୍ଡଷ୍ଟ୍ରିକୁ ବ୍ୟବାସାୟିକ ଫାଇଦା ଦେବା ସହିତ ଲୋକପ୍ରିୟ କରାଇବା ଦିଗରେ କୁଲ୍‌ମୀତ ହାତ ରହିଛି।

 

 

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

You might also like