ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ…

ମୁମ୍ବାଇ: ସମସ୍ତେ ଜାଣନ୍ତି, ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ହାଇଏଷ୍ଟ ପେଡ୍‌ ଷ୍ଟାର। ସେଥିପାଇଁ ଫୋବର୍ସ ମାଗାଜିନ୍‌ ପକ୍ଷରୁ ନିକଟରେ ଏକ ଲିଷ୍ଟ ପ୍ରକାଶ ପାଇଛି, ଯେଉଁଥିରେ ଅକ୍ଷୟ କୁମାର ସବୁଠୁ ଅଧିକ  ଇନ୍‌କମ୍‌  କରୁଥିବା ଅଭିନେତା ବୋଲି କୁହାଯାଇଛି।

ମାଗାଜିନ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଜୁନ୍‌ରୁ ୨୦୧୯ ମସିହା ଜୁନ୍‌ ପର୍ଯ୍ୟନ୍ତ ଅକ୍ଷୟ ୪୪୪ କୋଟି ଟଙ୍କା ଇନ୍‌କମ୍‌ କରିଛନ୍ତି। ଏ କ୍ଷେତ୍ରରେ ରିହାନା, ସ୍କାରଲେଟ୍‌ ଜୋହନସର୍‌ ଓ ବ୍ରେଡ୍‌ଲି କୁପରଙ୍କ ଭଳି ଇଣ୍ଟରନ୍ୟାସନାଲ୍‌ ଷ୍ଟାରଙ୍କୁ ଅକ୍ଷୟ ପଛରେ ପକାଇ ଦେଇଛନ୍ତି।

ଅକ୍ଷୟଙ୍କ ଏହି ସଫଳତାକୁ ନେଇ ଅଭିନେତ୍ରୀ ତାପସୀ ପନ୍ନୁ ଏକ ମଜାଳିଆ ଟ୍ୱିଟ୍‌ କରିଛନ୍ତି। ଅକ୍ଷୟ ମଧ୍ୟ ତାପସୀଙ୍କର ଏହି ମଜାଳିଆ ଟ୍ୱିଟ୍‌ର ଉତ୍ତର ଆହୁରି ମଜାଦାର ଢଙ୍ଗରେ ଦେଇଛନ୍ତି।

ତାପସୀ ଟ୍ୱିଟ୍‌ରେ ଅକ୍ଷୟ କୁମାରଙ୍କ ପ୍ରଶଂସା କରି ଲେଖିଛନ୍ତି, ‘ବସ୍‌, ସାର୍‌ ଅବ୍ ଶେଆରିଂ ଆଣ୍ଡ କେଆରିଂ କି ବାରି।’ ଯାହାର ଜବାବରେ ଅକ୍ଷୟ ନିଜର ଏକ ଫିଲ୍ମର ମେମେ ଶେଆର୍‌ କରିଛନ୍ତି। ଏହି ଫଟୋରେ ଅକ୍ଷୟ କୁମାର ଏକ ଅଜବ ପ୍ରକାର ମୁହଁ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି କ୍ଷମା କରନ୍ତୁ?

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଷୟ କୁମାରଙ୍କ ସହ ତାପସୀ ଏକ ଫିଲ୍ମରେ କାମ କରି ସାରିଛନ୍ତି। ପୁଣିଥରେ ଏହି ଯୋଡ଼ିଙ୍କୁ ଦର୍ଶକମାନେ ଦେଖିବାକୁ ପାଇବେ ‘ମିଶନ ମଙ୍ଗଲ’ ଫିଲ୍ମରେ।  ଏହି ଫିଲ୍ମର ପୋଷ୍ଟର ଓ ଟିଜର୍‌ ରିଲିଜ୍ ହୋଇସାରିଛି। ଦର୍ଶକ ଭଲ ରେସପନ୍ସ ମଧ୍ୟ ଦେଇଛନ୍ତି। ଅଗଷ୍ଟ ୧୫ରେ ଏହି ଫିଲ୍ମ ରିଲିଜ୍ ହେବ। ଏହି ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଭୂମି ପେଡନେକର୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଦର୍ଶକ ଦେଖିବାକୁ ପାଇବେ।

You might also like