ମୁମ୍ବାଇ : କମଲ ରସିଦ ଖାନ ତଥା କେଆର୍‌କେ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମିକା ସିଂଙ୍କ ସହ ସୋସିଆଲ ମିଡିଆରେ ଜବରଦସ୍ତ ଲଢେଇ କରୁଛନ୍ତି। କେଆର୍‌କେଙ୍କ ଏକ ଟୁଇଟ୍ ପରେ ସୋସିଆଲ ମିଡିଆରେ ହଠାତ୍ ଉତ୍ତେଜନା ସୃଷ୍ଟି କରିଥିଲା, ଯେତେବେଳେ ସେ ଗାୟକ ମିକା ସିଂଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିବାକୁ ମୁମ୍ବାଇ ପୋଲିସ୍‌କୁ ଅନୁରୋଧ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଗାୟକ ତାଙ୍କ ଫଟୋ ସହିତ ହେର୍‌ଫେର୍ କରିଛନ୍ତି ଏବଂ କିଛି ଦିନ ପୂର୍ବରୁ ଏକ ଗୀତ ରିଲିଜ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ଝିଅର ଫଟୋ ସହିତ ହେର୍‌ଫେର୍ କରିବାକୁ ଧମକ ଦେଉଛନ୍ତି।

କମଲ ରସିଦ ଖାନ ଟୁଇଟ୍ କରି ମୁମ୍ବାଇ ପୋଲିସ୍‌ ଏବଂ କମିଶନରଙ୍କୁ ଟ୍ୟାଗ୍ କରିଛନ୍ତି। ସେ କହିଛନ୍ତି ଯେ “ସମ୍ମାନିତ ମୁମ୍ବାଇ ପୋଲିସ୍‌ ଏବଂ ମୁମ୍ବାଇ ପୋଲିସ୍‌ କମିଶନର୍‌, ଦୟାକରି ଧ୍ୟାନ ଦିଅନ୍ତୁ ଯେ ମିକା ସିଂ ମୋ ଫଟୋ ସହିତ ହେର୍‌ଫେର୍ କରିଛନ୍ତି ଏବଂ ତାଙ୍କ ଗୀତ ରିଲିଜ୍ କରିଛନ୍ତି। ବର୍ତ୍ତମାନ ସେ ମୋତେ ଧମକ ଦେଉଛନ୍ତି ଯେ ମୋର ୧୪ ବର୍ଷର ଛୋଟ ଝିଅର ଫଟୋ ସହିତ ବି ହେର୍‌ଫେର୍ କରି ଗୀତଟିକୁ ରିଲିଜ୍ କରିବେ। ମୋ ପାଖରେ ତାଙ୍କର ସମସ୍ତ ମେସେଜ୍ ରେକର୍ଡ ଅଛି। ଦୟାକରି ମୋର FIR ରୁଜ୍ଜୁ କରନ୍ତୁ।”

ଆହୁରି ପଢ଼ନ୍ତୁ : ମଡ୍-ବାଥ୍ ଫଟୋକୁ ନେଇ ଟ୍ରୋଲ୍ ହେଲେ ଉର୍ବଶୀ

Source : News 18

ମିକା ସିଂହ ଜୁନ୍ ୧୧ରେ ୟୁଟ୍ୟୁବରେ ଏହି ଗୀତ ରିଲିଜ୍ କରିଛନ୍ତି। ‘କେଆର୍‌କେ କୁତ୍ତା’ ଗୀତ ରିଲିଜ୍ ବିଷୟରେ ମିକା ସୂଚନା ଦେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ମ୍ୟୁଜିକ୍ ଭିଡିଓର ପୋଷ୍ଟ୍‌ ସେୟାର କରି ସେ ଲେଖିଛନ୍ତି, “ବନ୍ଧୁଗଣ, ବର୍ଷର ବହୁ ପ୍ରତୀକ୍ଷିତ ଗୀତ ‘କେଆର୍‌କେ କୁତ୍ତା’ ‘ଗୀତ ମୁକ୍ତିଲାଭ କରିଛି। ମୋ ପୁଅ କମଲ ଆର୍‌ ଖାନ ଦୟାକରି ଏହି ଗୀତ ଉପରେ ତୁମର ସମୀକ୍ଷା ଦିଅ। ଏହି ଗୀତ ତିଆରି କରିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି।”

ପ୍ରକାଶ ଥାଉକି ମିକା ଏବଂ କେଆର୍‌କେ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଫିଲ୍ମ ‘ରାଧେ ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ରିଲିଜ୍ ହେବା ପରେ ସେ ଫିଲ୍ମର ସମୀକ୍ଷା କରିଥିଲେ ଏବଂ ସଲମାନ ଖାନ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ମାନହାନି ମାମଲା ରୁଜ୍ଜୁ ହେବା ପରେ କେଆର୍‌କେ ପୁଣି ଥରେ ସୋସିଆଲ ମିଡିଆରେ ସକ୍ରିୟ ହୋଇଥିଲେ ଏବଂ ପରେ ସେ ସଲମାନଙ୍କ ବିରୋଧରେ କ୍ରୋଧ ପ୍ରକାଶ କରିବାକୁ ଲାଗିଲେ। ଏହି ସମୟରେ ମିକା ସେମାନଙ୍କ ଭିତରକୁ ଆସି କେଆର୍‌କେ ସହିତ ପଙ୍ଗା ନେଇଥିଲେ।

Other Stories