କାହିଁକି ଏକାଦଶ ଶ୍ରେଣୀର ପ୍ରଥମ ଦିନରେ ସୁଶାନ୍ତଙ୍କୁ ମିଳିଥିଲା ଏମିତି ଦଣ୍ଡ ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାର CBI ତଦନ୍ତ ଜାରି ରହିଛି। ଏସବୁ ଭିତରେ ସୁଶାନ୍ତଙ୍କ ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କୁ କାହିଁକି ଏକାଦଶ ଶ୍ରେଣୀର ପ୍ରଥମ ଦିନରେ ଦଣ୍ଡ ମିଳିଥିଲା, ଏହାର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ଜଣେ ସାଙ୍ଗ।

ଉଚ୍ଚଶିକ୍ଷା ପାଇଁ ୨୦୦୧ରେ ସୁଶାନ୍ତ ବିହାରରୁ ନୂଆଦିଲ୍ଲୀ ଆସିଥିଲେ। ସେ କୁଲାଚି ହଂସରାଜ ମଡେଲ୍‌ ସ୍କୁଲ୍‌ରେ ଆଡମିଶନ୍‌ ନେଇଥିଲେ। ସେହି ସମୟରେ ସେ ଅଳ୍ପ କିଛି ପିଲାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ସେମାନଙ୍କ ମଧ୍ୟରୁ ନାଭ୍ୟା ଜିନ୍ଦଲ ଥିଲେ ଜଣେ, ଯିଏକି ସେହି ସମୟର ସ୍ମୃତିକୁ ମନେ ପକାଇବା ସହ କାହିଁକି ସୁଶାନ୍ତଙ୍କୁ ସ୍କୁଲରେ ଏକାଦଶ ଶ୍ରେଣୀର ପ୍ରଥମ ଦିନରେ ଦଣ୍ଡ ମିଳିଥିଲା ତାହାର ଖୁଲାସା କରିଛନ୍ତି।

ନ୍ୟୁଜ୍‌ ଏଜେନ୍ସି IANSକୁ ସୂଚନା ଦେଇ ନାଭ୍ୟା କହିଛନ୍ତି, ‘ଏକାଦଶ ଶ୍ରେଣୀର ପ୍ରଥମ ଦିନର ସୁଶାନ୍ତଙ୍କ ସହ ମୋର ସାକ୍ଷାତ ହୋଇଥିଲା। ପ୍ରଥମ ଦିନରୁ ହିଁ ଆମ ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇଥିଲା। ମୋର ମନେ ଅଛି, ପ୍ରଥମ ଦିନରେ ଆମେ ନିଜକୁ ପରିଚିତ କରିଥିଲୁ ଓ ଏକାଠି ବସିଥିଲୁ। ଏହାପରେ ଆମର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ସମୟରେ ସୁଶାନ୍ତ ଏକ ମଜାଳିଆ କଥା କହିଥିଲେ। କଥାଟା ଏତେ ମଜାଳିଆ ଥିଲା ଯେ, ସମସ୍ତେ ହସିବା ଆରମ୍ଭ କରିଥିଲେ। ଏହି ସମୟରେ ଶିକ୍ଷକ ଆମ୍ଭମାନଙ୍କୁ ଦେଖି ଦେଇଥିଲେ ଓ ଦଣ୍ଡ ଦେଇଥିଲେ। ଆମ୍ଭେମାନଙ୍କୁ କ୍ଲାସ୍‌ରୁ ବାହାର କରି ସମସ୍ତଙ୍କୁ କାନ ଧରି ଛିଡ଼ା କରାଇଥିଲେ। 

ନାଭ୍ୟା ଆହୁରି କହିଛନ୍ତି, ‘ଭାବନ୍ତୁ, ଏକ ନୂଆ ସ୍କୁଲ୍‌ରେ ଆମ୍ଭମାନଙ୍କର ଏହା ପ୍ରଥମ ଦିନ ଥିଲା ଓ ପ୍ରଥମ ଦିନରେ ହିଁ ଆମ୍ଭମାନଙ୍କୁ ଦଣ୍ଡ ମିଳିଥିଲା। ମୁଁ କେବେବି ସେଇ ଦିନକୁ ଭୁଲି ପାରିବି ନାହିଁ। ଏପରିକି ସେଇ ସମୟର ମୁହୂର୍ତ୍ତକୁ ଆମର ଜଣେ ସହପାଠୀ ମୋବାଇଲ୍‌ରେ ଉଠାଇ ଦେଇଥିଲେ ଓ ଏହାପରେ ଆମକୁ ଥଟ୍ଟା ପରିହାସ କରିବାକୁ ଲାଗିଲେ। ଏହି ଘଟଣାକୁ ନେଇ ଖରାପ ଅନୁଭବ କରିବା ପରିବର୍ତ୍ତେ ମୁଁ ଓ ସୁଶାନ୍ତ ଜୋରରେ ହସିବାକୁ ଲାଗିଥିଲୁ।

ସେହି ସମୟର ଏକ ଫଟୋକୁ ନାଭ୍ୟା IANS ସହ ଶେଆର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି,  ଲାଲ୍‌ ରଙ୍ଗର ସ୍କୁଲ୍‌ ବ୍ଲେଜର୍‌ରେ ସୁଶାନ୍ତ, ନାଭ୍ୟା ଓ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ କାନ ଧରି ଛିଡ଼ା ହୋଇଛନ୍ତି।

ସୁଶାନ୍ତଙ୍କୁ ସ୍କୁଲ୍‌ର କେମେଷ୍ଟ୍ରି ଶିକ୍ଷକ “Casanova” ଭାବେ ଡାକୁଥିଲେ। ସୁଶାନ୍ତଙ୍କୁ ସମସ୍ତେ ଭଲ ପାଉଥିଲେ। ସ୍କୁଲ୍‌ ସମୟରେ ସେ ସମସ୍ତଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ଥିଲେ ଓ ତାଙ୍କ ସହ କଥା ହେବା ପାଇଁ ସବୁବେଳେ ଝିଅମାନେ ଚାହୁଁଥିଲେ ବୋଲି ନାଭ୍ୟା କହିଛନ୍ତି।

ନାଭ୍ୟା କହିଛନ୍ତି, ‘ମୋର ମନେ ଅଛି, ଆମେ ଯେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲୁ ସେହି ସମୟରେ କାର୍‌ ଚଲାଇବା ପାଇଁ ଆମ ପାଖରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ହେଲେ କାର୍‌ ଭଡ଼ା କରି ଏକ ଲୋକାଲ୍‌ ଢାବାରେ ପରଟା ଖାଇବା ପାଇଁ ଆମେ ମୁର୍‌ଥାଲ୍‌କୁ ଯାଇଥିଲୁ। ସବୁବେଳେ ଆମେ ଦୁଇଜଣ କିଶୋର କୁମାରଙ୍କ ଗୀତ ଶୁଣୁଥିଲୁ ଓ ଗାଉଥିଲୁ ମଧ୍ୟ। ଯେତେବେଳେ ମୁଁ lyrics ଭୁଲ୍‌ କରିଦିଏ, ଏହି ସମୟରେ ସୁଶାନ୍ତ ମୋ ମୁଣ୍ଡକୁ ଥାପୁଡ଼ାଏ ପକାଇ ଦେଉଥିଲେ। କିଶୋର କୁମାରଙ୍କ ଗୀତର lyrics ଭୁଲ୍‌ କରିବା ଏକ ଅପରାଧ ବୋଲି ସୁଶାନ୍ତ ଭାବୁଥିଲେ’।

ପଢ଼ନ୍ତୁ: ମୁହଁ ଖୋଲିଲେ ସୁଶାନ୍ତଙ୍କ ଏକ୍ସ-ଆସିଷ୍ଟାଣ୍ଟ୍‌, ଡ୍ରଗ୍ସ ନେଉଥିବା ଘଟଣାକୁ ନେଇ କହିଲେ ଏମିତି…

ଆହୁରି ପଢ଼ନ୍ତୁ

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

You might also like