ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କ୍ରିକେଟ୍‌ର ବହୁତ ବଡ଼ ଫ୍ୟାନ୍‌ ହୋଇଥିଲେ ମଧ୍ୟ ତାଙ୍କ ପୁଅ ଆରଭ ଏହି ଖେଳକୁ ପସନ୍ଦ କରନ୍ତି ନାହିଁ। ଜାଣନ୍ତି କାହିଁକି? କାରଣ ଅକ୍ଷୟ କ୍ରିକେଟ୍‌ ମ୍ୟାଚ୍‌ ବହୁତ ଦେଖନ୍ତି। ଆଉ ଏହାକୁ ତାଙ୍କ ପୁଅ ଏହାକୁ ପସନ୍ଦ କରନ୍ତି ନାହିଁ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଏସବୁ ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଷ୍ଟାର ସ୍ପୋର୍ଟସ୍‌ ଫିଲିପ୍ସ ହୁଇ କ୍ରିକେଟ୍ ଲାଇଭ୍‌ରେ ଅକ୍ଷୟ ଏହା କହିଥିଲେ।

ଏଥିରେ ସେ କହିଥିଲେ, ‘ମୋ ପୁଅ କ୍ରିକେଟ୍‌କୁ ପସନ୍ଦ କରେ ନାହିଁ। ହେଲେ ମୋ ଝିଅ(ନିତାରା) କ୍ରିକେଟ୍‌କୁ ବହୁତ ପସନ୍ଦ କରେ। ଯେତେବେଳେ ତାକୁ ୬ ବର୍ଷ ହୋଇଥିଲା ସେ କ୍ରିକେଟ୍‌କୁ ଭଲ ପାଇବା ଆରମ୍ଭ କରିଥିଲା। ମୁଁ ସବୁବେଳେ ଖେଳ ଦେଖେ ବୋଲି ମୋ ପୁଅକୁ କ୍ରିକେଟ୍‌ ପସନ୍ଦ ନୁହେଁ। ତେବେ ମୁଁ ଯେତେବେଳେ ଖେଳ ଦେଖୁଥାଏ ମୋ ଝିଅକୁ ଏହା ବହୁତ ଭଲ ଲାଗେ। କାହିଁକି ନା ତାକୁ ବି ଖେଳ ଦେଖିବାକୁ ସୁଯୋଗ ମିଳେ।’

ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭେଟେରାନ୍‌ ସ୍ପିନର୍‌ ହରଭଜନ ସିଂଙ୍କ ସହ ଆଲୋଚନା ବେଳେ ଅତୀତର ଆବେଗପୂର୍ଣ୍ଣ ସ୍ମୃତିକୁ ଅକ୍ଷୟ କୁମାର ମନେ ପକାଇଥିଲେ। ସେ କହିଥିଲେ, ‘ମୁଁ ମୋ ସ୍କୁଲ ପାଇଁ କ୍ରିକେଟ୍‌ ଖେଳୁଥିଲି। ସାଧାରଣତଃ ଖେଳାଳିମାନଙ୍କର ବୋଲିଂ ଓ ବ୍ୟାଟିଂ ଦକ୍ଷତାକୁ ଦେଖି ସେମାନଙ୍କୁ ଚୟନ କରାଯାଇଥାଏ। କିନ୍ତୁ ମୋର ମନେ ପଡ଼ୁଛି ଯେ, ମୋର ଫିଲ୍ଡିଂ ଦକ୍ଷତାକୁ ଦେଖି ମୋତେ ଟିମ୍‌କୁ ନିଆଯାଇଥିଲା।’

You might also like