କିଏ ସେଇ ଲକି ଚାର୍ମ … ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ମୁମ୍ବାଇ: ବାପା ମା’ ସେମାନଙ୍କର ସନ୍ତାନଙ୍କ ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଆମେ ଆଜି ବଲିଉଡ୍‌ର ଏମିତି ଜଣେ ବାପାଙ୍କ କଥା କହିବୁ, ଯେ କି ସେ ତାଙ୍କ ପୁଅର ସ୍କୁଲ୍‌ରେ ଆଡମିଶନ ପାଇଁ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ।

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଅର୍‌ମାନ୍‌ ମଲିକ୍‌ଙ୍କ ବାପା ତଥା ଅଭିନେତା ଡବୁ ମଲିକ୍‌ ଅର୍‌ମାନ୍‌ଙ୍କୁ ମ୍ୟୁଜିକ୍‌ ସ୍କୁଲରେ ଆଡମିଶନ୍‌ ପାଇଁ ତାଙ୍କ ଘର ବିକ୍ରି କରିବା ପାଇଁ ପ୍ରସ୍ତୁତ ଥିଲେ। ଘଟଣାଟା ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ‘ଦ କପିଲ୍‌ ଶର୍ମା’ ଶୋ’ରେ ଡବୁ ନିଜେ ଏହି କଥା କହିଥିଲେ।

ଏହି ଶୋ’ର ନୂଆ ଏପିସୋଡ୍‌ରେ ମଲ୍ଟି ଟ୍ୟାଲେଣ୍ଟେଡ୍‌ ଦୁଇ ଭାଇ ଅର୍‌ମାନ୍‌ ଓ ଅମାଲ ମଲିକ ଅତିଥି ହୋଇ ଆସିଥିଲେ। ଏହି ଅବସରରେ ସେମାନଙ୍କ ପିତା ମଧ୍ୟ ଶୋ’ରେ ଉପସ୍ଥିତ ଥିଲେ। ବଲିଉଡ୍‌ରେ ବହୁତ ନାଁ କମାଇଥିବା ଉଭୟ ଗାୟକ ଏହି ଶୋ’ରେ ସେମାନଙ୍କର କିଛି ବ୍ୟକ୍ତିଗତ କଥା ଶେଆର କରିଥିଲେ। ଯାହା ଦର୍ଶକଙ୍କୁ ଭାବ ପ୍ରବଣ କରିଥିଲା। ସେମାନଙ୍କୁ ବାପା ଡବୁ ବହୁତ ସମର୍ଥନ କରନ୍ତି ବୋଲି ଉଭୟ କହିଥିଲେ ।

ଅରମାନ କହିଥିଲେ ଯେ, ସେ ଏକ ପ୍ରସିଦ୍ଧ ଇଣ୍ଟରନ୍ୟାସନାଲ୍‌ ମ୍ୟୁଜିକ୍‌ ସ୍କୁଲରେ ଆଡମିଶନ୍‌ ନେବାକୁ ଚାହୁଁଥିଲେ। ସେହି ସମୟରେ ଏହାକୁ ନେଇ ଡବୁ କହିଥିଲେ କି ଯଦି ଅରମାନ୍‌ଙ୍କୁ ସ୍କଲାରଶିପ୍‌ ନ ମିଳେ ତେବେ ସେ ଫି’ ଦେଇ ପାରିବେ ନାହିଁ। ହେଲେ ଏସବୁ ପରେ ବି ଡବୁ ଯେକୌଣସି ପ୍ରକାରେ ଅରମାନ୍‌ଙ୍କୁ ସ୍କୁଲରେ ଆଡ୍‌ମିଶନ ଦେବାକୁ ଚାହୁଁଥିଲେ। ଏପରିକି ସେ ତାଙ୍କ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ଅରମାନ୍‌ଙ୍କୁ ସ୍କଲାରଶିପ୍‌ ମିଳିଗଲା ଓ ଏଭଳି(ଘର ବିକ୍ରି) କିଛି କରିବାକୁ ପଡ଼ିନଥିଲା।

ଏହି ନୂଆ ଏପିସୋଡ୍‌ରେ କପିଲ ଶର୍ମାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଥିଲା। କପିଲ୍‌ ତାଙ୍କ ଟିମ୍‌ ସହ ବେଗମ୍‌ ଅଲୀ ଖାନ୍ ସାବ୍ ହୋଇ ଶୋ’ରେ ପହଞ୍ଚିଥିଲେ। କପିଲ୍‌ ମ୍ୟୁଜିକ୍‌ର ତାଳେତାଳେ ଟିମ୍‌ ସଦସ୍ୟଙ୍କ ସହ ମଜାଳିଆ କଥା କହିବା ସହ ଲୋକଙ୍କୁ ହସାଇଥିଲେ।

ସବୁଠାରୁ ବଡ଼ କଥା, ଏହି ଶୋ’ ରେ ଅରମାନ୍‌ ତାଙ୍କର ଲକି ଚାର୍ମ କିଏ ତା’ର ଖୁଲାସା କରିଥିଲେ। ସେ କହିଥିଲେ, ମୋର ଜଣେ ଫ୍ୟାନ୍‌ ମୋତେ ଏକ ସୁନା ଚେନ୍‌ ଗିଫ୍ଟ ଦେଇଥିଲେ। ଯାହାକୁ ମୁଁ ସବୁବେଳେ ପିନ୍ଧେ। ମୁଁ ଭାବୁଛି କି, ଏହା ମୋ ପାଇଁ ଲକି ଚାର୍ମ। ଏହା ମୋ କ୍ୟାରିୟରକୁ ଆଗକୁ ବଢ଼ାଇଛି।

You might also like