କେମିତି ଅଛି ରେମୋଙ୍କ ସ୍ୱାସ୍ଥ୍ୟାବସ୍ଥା ? ପତ୍ନୀ ଦେଲେ ସୂଚନା…

ମୁମ୍ବାଇ: ବଲିଉଡ୍‌ କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡିସୌଜା ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି। ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ୩୦ ସମୟରେ ହୃଦ୍‌ଘାତ ହେବାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ରେମୋ ‘ଫାଲତୁ’, ଏବିସିଡି(୨୦୧୩),ଏବିସିଡି୨(୨୦୧୫),ରେସ୍ ୩(୨୦୧୮), ‘Street Dancer 3D’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରେମୋ।

You might also like