ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଉଦିତ୍ ନାରାୟଣ ପୁଅର ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ନେହାଙ୍କ ସହ ଆଦିତ୍ୟଙ୍କ ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଉଦିତ୍‌ କହିଛନ୍ତି, “ନେହା କକ୍କର ଜଣେ ବହୁତ ଭଲ ଝିଅ। ସେ ଭଲ ଗୀତ ଗାଆନ୍ତି ମଧ୍ୟ। ମୋତେ ତାଙ୍କୁ ବହୁତ ଭଲ ଲାଗେ। ଏପରିକି ତାଙ୍କ ଗୀତ ମଧ୍ୟ ମୁଁ ଶୁଣେ। ଖାଲି ମୋତେ ନୁହେଁ, ଲୋକମାନଙ୍କୁ ମଧ୍ୟ ସେ ବହୁତ ଭଲ ଲାଗନ୍ତି। ସେ ଇଣ୍ଡଷ୍ଟ୍ରିରେ ବହୁତ ନାଁ କରିଛନ୍ତି।”

ସେ ଆହୁରି କହିଛନ୍ତି, “ଉଭୟ(ନେହା-ଆଦିତ୍ୟ)ଙ୍କ ଯୋଡ଼ି ମଧ୍ୟ ବହୁତ ଭଲ ଲାଗେ, ବାକି କଥା ମୁଁ ଜାଣିନାହିଁ। ଯଦି ସେମାନେ ବିବାହ କରନ୍ତି, ତେବେ ମୋ ପରିବାରରେ ଏକ ମହିଳା ସିଙ୍ଗର୍‌ ସାମିଲ ହେବେ, ଯାହା ମୋତେ ବହୁତ ଭଲ ଲାଗିବ”

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଥିଲା, ଯେଉଁଠି ଉଭୟ ପତି-ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଖାଲି ଆଦିତ୍ୟଙ୍କ ବାପା-ମା’ ନୁହେଁ ନେହାଙ୍କ ବାପା-ମା’ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏହି ଶୋ’ରେ। ଏପରିକି ନେହା ଆଦିତ୍ୟଙ୍କ ମା’ଙ୍କୁ ଶାଶୂ ବୋଲି ମଧ୍ୟ ଡାକୁଥିବା ଶୋ’ରେ ଦେଖିବାକୁ ମିଳିଥିଲା।

ଅନେକ ଥର ଏହି ଶୋ’ରେ ଦେଖିବାକୁ ମିଳିଛି, ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। ଖାଲି ଏତିକି ନୁହେଁ ନେହାଙ୍କ ପାଇଁ ସେ ରୋମାଣ୍ଟିକ୍‌ ଗୀତ ଗାଇବା ସହ ତାଙ୍କ ସହ ଡାନ୍ସ ମଧ୍ୟ କରିଥିବା ନଜର ଆସିଛନ୍ତି ଆଦିତ୍ୟ।

You might also like