ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଜୟାଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ

ମୁମ୍ବାଇ: ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି।

ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ ଏହି ସୂଚନା ଦେଇଛନ୍ତି। ସୁମିତ ଏ ନେଇ ଏକ ଟ୍ୱିଟ କରିଛନ୍ତି।

 

ସୂଚନାଥାଉ କି, ବିଗ୍‌ ବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ଅମିତାଭଙ୍କ ପରେ ଅଭିଷେକଙ୍କୁ କରୋନା

You might also like