ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଅଭିନୟରେ ଏତେଟା ସଫଳତା ମିଳି ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। କ୍ୟାରିୟର୍‌ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି। ବର୍ତ୍ତମାନ ସେ ଟେନିସ୍‌ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆଜି ହେଉଛି ପରିଣୀତିଙ୍କ ଜନ୍ମଦିନ। ଅକ୍ଟୋବର ୨୨ ତାରିଖ ୧୯୮୮ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ। ପରିଣୀତିଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଏପରି କଥା ଜାଣିବା, ଯାହା ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ…

ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପରିଣୀତି ସବୁଠାରୁ ଅଧିକ ପାଠ ପଢ଼ିଛନ୍ତି। ତାଙ୍କ ପାଖରେ ତିନୋଟି ବିଷୟ ବିଜନେସ୍‌, ଫାଇନାନ୍ସ ଓ ଇକୋନୋମିକ୍ସର ଅନର୍ସ ଡିଗ୍ରୀ ରହିଛି।

ସେ ପିଜା ଖାଇବା ପାଇଁ ବହୁତ ଭଲ ପାଆନ୍ତି। ଏକ ଇଣ୍ଟରଭ୍ୟୁରେ ପରିଣୀତି କହିଥିଲେ, ଦିନସାରା କିଛି ନ ଦେଲେ ମଧ୍ୟ ସେ ପିଜା ଖାଇ ରହି ପାରିବେ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପରିଣୀତି ସାରା ଭାରତରେ ଟପ୍ପର୍‌ ହୋଇଥିଲେ। ଏଥିପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କଠାରୁ ସେ ସମ୍ମାନିତ ମଧ୍ୟ ହୋଇଥିଲେ।

ଅଭିନୟ ଦୁନିଆରେ ସେ କେବେ ବି ପାଦ ଥାପିବା ପାଇଁ ଚାହୁଁ ନ ଥିଲେ। କିନ୍ତୁ ୨୦୦୮ରେ ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସେ ତାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ।

ସେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ଏନେଇ ସେ କରୀନାକୁ ମଧ୍ୟ କହିଥିଲେ। ସେ ସୈଫ୍‌ଙ୍କୁ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହଁନ୍ତି ବୋଲି ପରିଣୀତି, କରୀନାଙ୍କୁ କହିଥିଲେ।

କେବଳ ଏତିକି ନୁହେଁ, ପରିଣୀତି ଶାସ୍ତ୍ରୀୟ ସଙ୍ଗୀତରେ ବିଏ କରିଛନ୍ତି। ଟେନିସ ଷ୍ଟାର ସାନିଆ ମିର୍ଜାଙ୍କର ସେ ବହୁତ ଭଲ ସାଙ୍ଗ।

ଆହୁରି ପଢ଼ନ୍ତୁ

ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ଏଥର ବିଗ ବିସ୍ ଫିନାଲେରେ ରହିବେ ଟପ୍‌ ୫

ଉଧାର ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି ସଲମାନ୍‌ !

ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଓଲିଉଡ୍‌ ହିରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

You might also like