ଗୋଟିଏ କପ୍‌ ଚା’ ଓ କଫି ପିଇଲେ, ବିଲ୍‌ ଆସିଲା ୭୮, ୬୫୦ ଟଙ୍କା

ନୂଆଦିଲ୍ଲୀ: ହୋଟେଲରେ କଫି ଆଉ ଚା’ ପିଇବ ଆଉ ବିଲ୍‌ ୭୮ ହଜାର ୬୫୦ ଟଙ୍କା ! ବାପ୍‌ରେ ବାପ୍‌ । ସାମାନ୍ୟ ଚା’ ଓ କଫି ପାଇଁ ଏତେ ମୋଟା ଅଙ୍କର ବିଲ୍‌ ଦେଖି ଚମକି ଗଲେ ନା। ହେଲେ ଏମିତି ଘଟଣାକୁ ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ତଥା ଟେଲିଭିଜନ କମେଡି ଷ୍ଟାର୍ କିକୁ ଶାର୍‌ଦା। ନିଜେ କିକୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏହାକୁ ଶେୟାର କରିଛନ୍ତି।

ନିକଟରେ ଅଭିନେତା ରାହୁଲ୍‌ ବୋଷଙ୍କୁ ମଧ୍ୟ ଦୁଇଟି କଦଳି ପାଇଁ ଚଣ୍ଡିଗଡ଼ର ଜେଡ୍ଲ୍ୟୁ ମାରିୟଟ୍‌ ହୋଟେଲ୍‌ ୪୪୨ ଟଙ୍କା ବିଲ୍‌ ଦେଇଥିଲା।

କିନ୍ତୁ କିକୁଙ୍କ ଘଟଣା କିଛି ଅଲଗା। ହାସ୍ୟ ଅଭିନେତା କିକୁ ବର୍ତ୍ତମାନ ଇଣ୍ଡୋନେସିଆର ‘ବାଲି’ରେ ଅଛନ୍ତି। ସେଠି ଏକ ହୋଟେଲ୍‌ରେ ରୁମ୍‌ ସର୍ଭିସ ପାଇଁ  ଚା ଓ କଫି ଅର୍ଡ୍‌ର କରିଥିଲେ। ଯାହାର ବିଲ୍‌ ଇଣ୍ଡୋନେସିଆ କେରେନ୍‌ସି ଆନୁସାରେ ୭୮ ହଜାର ୬୫୦ଟଙ୍କା ହୋଇଥିଲା।

 

ହାସ୍ୟ ଅଭିନେତା  କିକୁ  ଅବଶ୍ୟ ଏହାକୁ ଏକ ଜୋକ୍‌ ଷ୍ଟାଇଲ୍‌ରେ ଉପସ୍ଥାପନ କରିଛନ୍ତି ଏବଂ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ପୂର୍ବରୁ ସତ ଓଗାଳିଛନ୍ତି। ସେ ଟ୍ୱିଟ୍‌ କରି ଏକଥା ବି ଦର୍ଶାଇଛନ୍ତି ଯେ, ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪୦୦ ଟଙ୍କା ।

‘କମେଡି ନାଇଟ୍‌ ୱିଥ୍‌ କପିଲ୍‌ ଶୋ’ରେ ପଲକ ଓ ଲଚ୍ଛା, ବଚ୍ଚା ୟାଦବ ଆଦି ନାଁରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଅଭିନେତା ହେଉଛନ୍ତି କିକୁ ଶାରଦା। ସେ ଆକବର ବୀରବଲ, ହାତିମ୍‌ ଆଦି ଶୋ’ରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି।

 

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like