ଜଳପରୀ ସାଜିଲେ, ମାଛମାନଙ୍କ ସହ ପହଁରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅନେକ ସେଲିବ୍ରିଟି ଲୋକଙ୍କୁ ମଜବୁତ ଏବଂ ନିରାପଦ ରହିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରେଟମାନେ ପ୍ରଶଂସକମାନଙ୍କୁ ନିଜ ଅଭିନନ୍ଦନ ଜଣାଇଥିଲେ। ଅଭିନେତ୍ରୀ କିଆରା ଆଡଭାଣୀ ମଧ୍ୟ ଏକ ସୁନ୍ଦର ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ବିଶ୍ୱ ପରିବେଶ ଦିବସରେ ଅଭିନନ୍ଦନ ଜଣାଇଛନ୍ତି। କିଆରା ନିଜର ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବିକିନି ପରିଧାନ କରି ଗଭୀର ସମୁଦ୍ରରେ ପହଁରିବାର ନଜର ଆସିଛନ୍ତି।

ଭିଡିଓ ସେୟାର କରିବାବେଳେ କିଆରା ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି- “ପ୍ରତ୍ୟେକ ଦିନ ପରିବେଶ ଦିବସ।” ତେବେ ଅଭିନେତ୍ରୀଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ଜଳପରୀକୁ ମନେ ପକେଇଛନ୍ତି। ଅନେକ ଉପଭୋକ୍ତା ମନ୍ତବ୍ୟ ଦେଇ କିଆରା ଆଡଭାଣୀଙ୍କ ଏହି ଅବତାରକୁ  ପ୍ରଶଂସା କରିଛନ୍ତି। ଭିଡିଓରେ କିଆରା କେଉଁଠି ଗଭୀର ସମୁଦ୍ର ଭିତରେ ଥିବା ଦେଖାଯାଉଥିବା ବେଳେ ପୁଣି କେଉଁଠି ମାଛମାନଙ୍କ ଗହଣରେ ପହଁରୁଥିବା ଅବସ୍ଥାରେ ନଜର ଆସିଛନ୍ତି।

ଏହାପୂର୍ବରୁ କିଆରା ନିଜର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ସମୁଦ୍ର ଭିତରେ ଏକ ଜବରଦସ୍ତ ପୋଜ୍ ଦେଉଥିବାର ନଜର ଆସିଥିଲେ। ଫଟୋ ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ- ‘ତୁମେ ତରଙ୍ଗକୁ ଅଟକାଇ ପାରିବ ନାହିଁ, କିନ୍ତୁ ତୁମେ ପହଁରିବା ଶିଖି ପାରିବ।’ ଅଭିନେତ୍ରୀଙ୍କ ଏହି ସୁନ୍ଦର ଦୃଶ୍ୟ ଚର୍ଚ୍ଚାର ପରିସରରେ ରହିଛି।

 

View this post on Instagram

 

A post shared by KIARA (@kiaraaliaadvani)

ଯଦି କିଆରାଙ୍କ କାମର କଥା ବିଷୟରେ ଆଲୋଚନା କରିବା ତେବେ ସେ ଆଗକୁ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ ନଜର ଆସିବେ। ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ‘ଶେର୍ ଶାହା’ରେ ମୁଖ୍ୟ ଭୂମିକାରେ କିଆରା ଦେଖିବାକୁ ମିଳିବେ। ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାର ସମ୍ଭାବନା ରହିଛି।

ଏଥି ସହିତ କାର୍ତ୍ତିକ ଆର୍ଯ୍ୟଙ୍କ ଅଭିନୀତ ହରର୍ କମେଡି ‘ଭୁଲ ଭୁଲୈୟା ୨’ରେ କିଆରା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ଜୁଗ୍ ଜୁଗ୍ ଜିୟୋ’ରେ କିଆରା ନିତୁ କପୁର, ବରୁଣ ଧାୱନ ଏବଂ ଅନିଲ କପୁରଙ୍କ ଭଳି ତାରକାଙ୍କ ସହ ଧମାଲ କରିବାକୁ ଯାଉଛନ୍ତି।

You might also like