କେବେ ରିଲିଜ୍ ହେବ KGF Chapter 2 ? ତାରିଖକୁ ନେଇ ମିଳିଲା ଏମିତି ସୂଚନା
ମୁମ୍ବାଇ: ୟଶ ଷ୍ଟାରର୍ KGF Chapter 2 ଏହି ବର୍ଷ ପ୍ରଶଂସକଙ୍କୁ ବେଶ ମନୋରଞ୍ଜର ଖୋରାକ ଯୋଗାଇବ। ଦର୍ଶକ ଏବେଠାରୁ ଏହି ମୁଭିକୁ ଦେଖିବା ପାଇଁ ଦିନ ଗଣିବାକୁ ଆରମ୍ଭ କଲେଣି। କେଉଁଦିନ ଫିଲ୍ମ ରିଲିଜ ହେବ ଜାଣିବା ପାଇଁ ଦର୍ଶକ ବିଭିନ୍ନ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ମୁଭିର ରିଲିଜ ତାରିଖକୁ ନେଇ ଅନେକ ଡେଟ ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଏହା ଦର୍ଶକଙ୍କୁ ନିରାଶ କରିଥିଲା।
ହେଲେ ଏବେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି। ଇଣ୍ଡଷ୍ଟ୍ରି ପକ୍ଷରୁ KGF Chapter 2 ରିଲିଜ ତାରିଖ ଧାର୍ଯ୍ୟ କରିସାରିଛନ୍ତି। ତେବେ ତାରିଖକୁ ନେଇ କୌଣସି ଅଫିସିଆଲ କନ୍ଫର୍ମେସନ ମିଳିନାହିଁ। ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏହି ତାରିଖକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
KGF Chapter 2ରେ ରକ୍ ଷ୍ଟାର ୟଶଙ୍କୁ ରକି ଭାଇ ଭୂମିକାରେ ଦେଖିବାକୁ ମିଳିବ। ଖଳ ନାୟକ ଭୂମିକାରେ ସଞ୍ଜୟ ଦତ୍ତ ଅଧିରା ଭୂମିକାରେ ଆସିବେ। ଫିଲ୍ମରେ ଫ୍ୟାନ୍ସମାନେ ରକି ଭାଙ୍କ ସହ ରାଜନେତା ରାମିକା ଶେନଙ୍କ ସଂଘର୍ଷର କାହାଣୀକୁ ବି ବେଶ ଉପଭୋଗ କରିବେ। ରାମିକାଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଭିନା ଟଣ୍ଡନ।
ତେବେ ଏହି ଫିଲ୍ମ ବାହୁବଳୀ-୨ ସର୍ବାଧିକ ଆୟ ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି। ଫ୍ୟାନ୍ସମାନେ ଖାଲି ଆଶା ରଖି ନାହାନ୍ତି, KGF Chapter 2 ଟିଜର ସବୁ ରେକର୍ଡ ଭାଙ୍ଗିଥିଲା। ଏହି ଟିଜରରେ ୟଶଙ୍କ ଲୁକ ସହ ଆକ୍ସନ ଏବଂ ଡ୍ୟାନ୍ସକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଥିଲେ। ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଟିଜରକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି। ଏପରିକି ୨୪ ଘଣ୍ଟା ମଧ୍ୟରେ ୭୮ ମିଲିୟନ ଭ୍ୟୁ ହାସଲ କରିଥିବା ନିଜେ ୟଶ କହିଥିଲେ।
ସୂଚନାଥାଉ କି, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ବିଭିନ୍ନ ଭାଷାରେ ଯଥା, ହିନ୍ଦୀ, ତେଲେଗୁ, କନ୍ନଡ, ତାମିଲ ଆଦି ଭାଷାରେ ରିଲିଜ ହେବ। ଏଠି କହିରଖିବୁ, ୨୦୧୮ରେ ମୁକ୍ତିଲାଭ କରିଥିଲା KGF Chapter 1। ଏହା ମଧ୍ୟ ହିନ୍ଦୀ, ତେଲେଗୁ, କନ୍ନଡ, ତାମିଲ ଆଦି ଭାଷାରେ ରିଲିଜ ହୋଇଥିଲା। ଏହା ଦର୍ଶକଙ୍କ ମନକୁ କିଣିବା ସହ ୨ଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା। ତେବେ ଏହା ପ୍ରଥମ କନ୍ନଡ ଫିଲ୍ମ ଯାହା ୨୫୦ କୋଟିରୁ ଅଧିକ ଆୟ କରିଥିଲା। ଏଥିସହିତ ଏହା ୪ର୍ଥ ହିନ୍ଦି ଫିଲ୍ମ ଯାହା ସବୁଠାରୁ ଅଧିକ ଆୟ କରିଥିଲା।
ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ରଭିନା ଟଣ୍ଡନଙ୍କ ସହ ଶ୍ରୀନିଧି ଶେଟ୍ଟି, ପ୍ରକାଶ ରାଜ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ। ତେବେ ଏଥିରେ ୟଶଙ୍କ ଷ୍ଟାଇଲ ଦର୍ଶକଙ୍କ ମନକୁ ଛୁଇଁବ। ଟିଜରରେ ରକିଙ୍କ ମା’ ଏବଂ ତାଙ୍କ ପିଲାବେଳ ଦେଖିବାକୁ ମିଳିଛି। ରକିଙ୍କୁ ତାଙ୍କ ମା’ କେମିତି ପାଳିଛନ୍ତି, ବଡ କରିଛନ୍ତି ଏବଂ ସେ ମା‘ଙ୍କ କଣ କଥା ଦେଇଛନ୍ତି ତାହା ଦେଖାଇଛି। ମା’ଙ୍କୁ ଦେଇଥିବା କଥା ରକି ଫିଲ୍ମରେ ପୂରା କରିବେ।
ଯାହା ବି ହେଉ, ଦର୍ଶକ ରିଲିଜ ତାରିଖର ଅଫିସିଆଲ କନ୍ଫର୍ମେସନକୁ ଅପେକ୍ଷା କରିଛନ୍ତି।