‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ
ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଇତିମଧ୍ୟରେ ତିନିମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏବେବି ଝୁରୁଛନ୍ତି ଅଗଣିତ ପ୍ରଶଂସକ। ଏପରିକି ସୋସିଆଲ୍ ମିଡିଆରେ ଏବେବି ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏହି କ୍ରମରେ ଫିଲ୍ମ ‘କେଦାରନାଥ’ର ଲେଖକ କନିକା ଧିଲୋନ୍ ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି।
❤️#SushantSinghRajput writing Mansoor 4U ws special!U gave it ur all!U teared up as I narrated d end o #Kedarnath d 1sttime-last shot Mansoor leaves us wid a haunting smile n a heart full o love forever! U made us all cry!Best way2 celebrate U is2 celebrate ur legacy as an artist pic.twitter.com/fU0fl8n9vR
— Kanika Dhillon (@KanikaDhillon) September 23, 2020
କନିକା କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ‘କେଦାରନାଥ’କୁ ନେଇ ଖୁବ୍ ଉତ୍ସାହିତ ଥିଲେ। ସେ ଫିଲ୍ମରେ ନିଜ ଚରିତ୍ରକୁ ନେଇ ବହୁତ ଖୁସି ଥିଲେ। ସେ ଫିଲ୍ମର ଏଣ୍ଡିଂ (ଶେଷ)କୁ ଖୁବ୍ ପସନ୍ଦ କରୁଥିଲେ।
ଏମିତି ଏକ ଘଟଣାକୁ ମନେ ପକାଇ କନିକା ଟୁଇଟ୍ କରିଛନ୍ତି, ‘ମୁଁ ତୁମ ପାଇଁ ‘ମନସୁର’ର ଚରିତ୍ର ଲେଖିଥିଲି। ଏହି ଚରିତ୍ର ସର୍ବଦା ମୋ ହୃଦୟର ନିକଟତର ହୋଇ ରହିବ। ଆଜି ବି ମୋର ମନେ ଅଛି, ଯେତେବେଳେ ତୁମକୁ କେଦାରନାଥର ଏଣ୍ଡିଂ (ଶେଷ) କଥା କହିଥିଲି, ତୁମେ କାନ୍ଦି ପକାଇଥିଲ। ଫିଲ୍ମ ଶେଷରେ ଯେତେବେଳେ ମନସୁର୍ ଆମକୁ ଛାଡ଼ି ଚାଲିଯାଏ, ସେତେବେଳେ ଆମ ସମସ୍ତଙ୍କ ମୁହଁରେ ହସ ଥିଲା। ଅଭିନେତା ଭାବେ ତୁମର ଲେଗେସିକୁ ସେଲିବ୍ରେଟ୍ କରି ହିଁ ତୁମ ସହ ନ୍ୟାୟ କରାଯାଇପାରିବ।’
ସୂଚନାଯୋଗ୍ୟ, କେଦାରନାଥରେ ସୁଶାନ୍ତଙ୍କ ଚରିତ୍ରର ନାଁ ମନସୁର୍ ଥିଲା। ସେହି ଫିଲ୍ମରେ ସେ ସାରା ଅଲ୍ଲି ଖାନଙ୍କ ସହ କାମ କରିଥିଲେ। ଫିଲ୍ମର ସୁନ୍ଦର କାହାଣୀ ଏବଂ ଚମତ୍କାର କେମିଷ୍ଟ୍ରୀ ପାଇଁ ମନେ ପକାଯାଉଛି। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛି। ରିୟା ଚକ୍ରବର୍ତ୍ତୀ ଏନସିବି ଆଗରେ କହିଛନ୍ତି ଯେ ସୁଶାନ୍ତ ‘କେଦାରନାଥ’ ଫିଲ୍ମର ଶୁଟିଂ ସମୟରେ ମାରିଜୁଆନାର ସେବନ କରୁଥିଲେ। ଏପରିକି ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରୁଥିବା ରିୟା କହିଛନ୍ତି।