ପତ୍ନୀ କଥା ମାନି କୋଟିପତି ହେଲେ ଗୌତମ

ମୁମ୍ବାଇ: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ପ୍ରଚ୍ଛନ୍ନ ହାତ ଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଗୌତମ କୁମାର ଝା ନାମକ ଜଣେ ବ୍ୟକ୍ତି।  ତାହା କିପରି ଆସନ୍ତୁ ଜାଣିବା

ପଶ୍ଚିମବଙ୍ଗରେ ରେଲ୍‌ୱେ ବିଭାଗରେ କାମ କରୁଥିବା ଗୌତମ ସୋନି ଟିଭିରେ ପ୍ରାସାରିତ ରିୟାଲିଟି ଶୋ’ କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଛନ୍ତି। ଆଉ ଏହି ସଫଳତା ପାଇଁ ସେ ତାଙ୍କ ପତ୍ନୀ ଶ୍ୱାତାଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ମୋ ପତ୍ନୀ ହିଁ ମୋତେ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଥିଲେ। ଥରେ ଚେଷ୍ଟା କଲେ କ’ଣ ଅସୁବିଧା ବୋଲି ଶ୍ୱେତା କହିବା ପରେ ଗୌତମ ଆଉ କିଛି ଚିନ୍ତା ନ କରି କେବିସି ଖେଳିବାକୁ ରାଜି ହୋଇଥିଲେ।

Image result for gautam kbc

ସେ ଆହୁରି ମଧ୍ୟ କହିଛନ୍ତି, “ମୋତେ ଲାଗୁଥିଲା ମୋ ଭାଗ୍ୟ ଏତେ ଭଲ ନୁହେଁ ଯେ ମୋତେ କେବିସିରେ ସୁଯୋଗ ମିଳିବ। ମୋ ପତ୍ନୀ କହିଥିଲେ, ଚେଷ୍ଟା କର, ଚେଷ୍ଟା କରିବାରେ କ’ଣ ଅସୁବିଧା ଅଛି। ଏହାପରେ ମୁଁ ଚଳିତ ବର୍ଷ ଚେଷ୍ଟା କରି ସଫଳ ହେଲି।”

କେବିସିରେ ବସିବା ମାତ୍ରେ ଖୁବ୍‌ ଉତ୍ସାହିତ ମନେ କରିଥିଲେ ଗୌତମ। ଏହାପରେ ପର୍ଯ୍ୟାୟ କ୍ରମେ ବିଗ୍ ବି ଗୋଟିଏ ପରେ ପ୍ରଶ୍ନ ପଚାରିଥିଲେ। ଯାହାର ସଠିକ୍ ଉତ୍ତର ଦେଇ ୭ କୋଟି ଟଙ୍କା ଜିତିପାରିଛନ୍ତି ଗୌତମ

 

You might also like