ରିଲିଜ ହେଲା ‘କୌନ୍ ବନେଗା କରୋଡ଼ପତି-୧୦’ ପ୍ରୋମୋ
ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ସବୁଠାରୁ ପପୁଲାର ଗେମ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ସିଜିନ୍ ୧୦ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଜଣେ ଗରିବ ବାପା କିଭଳି ଭାବରେ ନିଜ ପୁଅକୁ ଅଧିକ ପାଠ ପଢ଼ାଇବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ତାହା ଦେଖିବାକୁ ମିଳିବ।
ସବୁ ଥର ପରି ଏଥର ମଧ୍ୟ ବିଗ୍ ବି ଅମିତାଭ ବଚ୍ଚନ ଏହି ଶୋ’କୁ ହୋଷ୍ଟ୍ କରିବେ। ବିଗ୍ ବିଙ୍କୁ ସୁଟ୍ ବୁଟ୍ ସହ ଏକ ଡ୍ୟାସିଙ୍ଗ୍ ଲୁକ୍ରେ ଦେଖିବାକୁ ମିଳିବ।ଶୋ’ ର ନିର୍ମାତା ଏହାର ପ୍ରଥମ ପ୍ରୋମୋ ରିଲିଜ୍ କରିଛନ୍ତି। । ପ୍ରୋମୋ ରିଲିଜ୍ ହେବାପରେ ଏହା ସମସ୍ତଙ୍କୁ ପୂରା ଇମୋସ୍ନାଲ୍ କରିଦେଇଛି।
‘ଦଙ୍ଗଲ’ ଫିଲ୍ମର ଡାଇରେକ୍ଟର୍ ନୀତେଶ୍ ତିୱାରୀ ଓ ନିଖିଲ୍ ମଲହୋତ୍ରା ଦୁହେଁ ମିଶି ଏହି କନ୍ସେପ୍ଟ ତିଆରି କରିଛନ୍ତି। ନୀତେଶ୍ ତାଙ୍କ ପତ୍ନୀ ଓ ‘ବରେଲି କି ବର୍ଫି’ ଫିଲ୍ମର ନିର୍ଦ୍ଦେଶକ ଅଶ୍ୱିନୀ ତିୱାରୀଙ୍କ ସହ ମିଶି ‘କୌନ୍ ବନେଗା କରୋଡ଼ପତି’ର ଏହି ପ୍ରୋମୋକୁ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରୋମୋଟି ସାଧାରଣ ଜନତା ଓ ସେମାନଙ୍କ ସ୍ୱପ୍ନ ଉପରେ ଆଧାରିତ।
ଜୁନ୍ ୬ରୁ ଜୁନ୍ ୨୦ ମଧ୍ୟରେ କେବିସି-୧୦ ର ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅମିତାଭ ବଚ୍ଚନଙ୍କ ରିଲିଜ୍ ହୋଇଥିବା ଶେଷ ଫିଲ୍ମ ‘୧୨୦ ନଟ୍ ଆଉଟ୍’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏବେ ମେଗାଷ୍ଟାର ଅମିତାଭ ବଚନ୍, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ମିଶି ‘ବ୍ରହ୍ମାସ୍ତ୍ର’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି। ଏହାସହ ବିଗ୍ ବିଙ୍କୁ ମଧ୍ୟ ଅଭିନେତା ଅମିର ଖାନ୍, ଅଭିନେତ୍ରୀ ଫାତିମା ସନା ଶେଖ୍ ଓ କଟ୍ରିନା କୈଫ୍ଙ୍କ ଫିଲ୍ମ ’ଠଗସ୍ ଅଫ ହିନ୍ଦୁସ୍ତାନ୍ର’ ରେ ଏକ ପ୍ରମୁଖ ଭୁମିକରେ ଦେଖିବାକୁ ମିଳିବ।