ହୋମ୍ ଆଇସୋଲେସନ୍ରେ ରହି ବାସନ ଧୋଇଲେ କ୍ୟାଟ୍ରିନା
ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଘରେ ରହି ଥାଳି ଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ବାସନ ଧୋଇବା ସହିତ ନିଜ ପ୍ରଶଂସକଙ୍କୁ କିପରି ଜଳ ସଞ୍ଚୟ କରିବେ ତାହା ବୁଝାଇଛନ୍ତି।
View this post on Instagram
କ୍ୟାଟ୍ରିନା ଘରେ ରହିଲେ ବି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। କିଛି ଦିନ ପୂର୍ବ ସେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ବରୁଣ ଧାୱନ ଏବଂ ଅର୍ଜୁନ କପୁର ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଏହାପୂର୍ବରୁ ସେ ଘରେ ବ୍ୟାୟାମ କରିବା ଏବଂ ଘରେ ଗିଟାର ବଜାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏଥି ସହିତ, କରୋନାଭାଇରସ୍ ରେ ସଂକ୍ରମିତ ହୋଇ ଭାରତରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।