ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା କ୍ୟାଟ୍ରିନା କୈଫ୍‌ ଏବେ ଚର୍ଚ୍ଚାରେ। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍‌ ଲୁକ୍‌ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଖ୍ରୀଷ୍ଟିଆନ୍‌ ସମ୍ପଦାୟର ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା ନିଜକୁ ସଜାଇଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

କିନ୍ତୁ କ୍ୟାଟ୍ରିନାଙ୍କ ଏହି ଫଟୋକୁ ନେଇ ସୋଶାଲ୍‌ ମିଡିଆରେ ଯେଉଁ ବିବାହ ଚର୍ଚ୍ଚା ଚାଲିଛି ତାହା ପୂରାପୂରି ମିଛ। କାହିଁକି ନା ଏହି ଫଟୋଟି ହେଉଛି ଫିଲ୍ମ ‘ଭାରତ’ ସୁଟିଂ ବେଳର। ଏବେ ଏହି ଫଟୋ ସାମ୍ନାକୁ ଆସିଲା ପରେ ଭାଇରାଲ୍‌ ହେବାରେ ଲାଗିଛି। ‘ଭାରତ୍‌’ରେ କ୍ୟାଟ୍ରିନା ସଲ୍‌ମାନ୍‌ଙ୍କ ସହ ବିବାହ କରିବା ପାଇଁ ଖ୍ରୀଷ୍ଟିଆନ୍‌ ସମ୍ପଦାୟର ବ୍ରାଇଡାଲ୍‌ ଲୁକ୍‌ରେ ନିଜକୁ ସଜାଇଥିଲେ।

ଆପଣ ଆଉ ଗୋଟେ କଥା ଜାଣିଛନ୍ତି କି, କ୍ୟାଟ୍ରିନାଙ୍କର ଏହି ପୋଷାକକୁ ସଲ୍‌ମାନ୍‌ଙ୍କ ବ୍ୟକ୍ତିଗତ ଡିଜାଇନର୍‌ ଡିଜାଇନ୍‌ କରିଛନ୍ତି। ଏହି ଲୁକ୍‌ରେ କ୍ୟାଟ୍ରିନା ମେକ୍‌ଅପ୍‌ ମଧ୍ୟ ବହୁତ କମ୍‌ ନେବାର ଦେଖାଯାଉଛନ୍ତି। କ୍ୟାଟ୍ରିନାଙ୍କ ଲୁକ୍‌ ଫିଲ୍ମର ବେଷ୍ଟ ଲୁକ୍‌ ବୋଲି କୁହାଯାଉଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ଏବେ ପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ରୋଜଗାର କରି ସାରିଛି। କ୍ୟାଟ୍ରିନା ଅକ୍ଷୟ କୁମାର୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଏହି ଫିଲ୍ମ ୨୦୨୦ ମସିହାରେ ରିଲିଜ୍‌ ହେବ। ରୋହିତ୍‌ ସେଟ୍ଟି ଏବଂ କରନ୍‌ ଜୋହର୍  ଏହି ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ।

You might also like