ପୁଣି ଅଡ଼ୁଆରେ ବିଗ୍ ବସ୍ ୧୪: ଏଜାଜ୍-ପବିତ୍ରାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ
ମୁମ୍ବାଇ: ପୁଣି ଅଡ଼ୁଆରେ ରିଅଲିଟି ଶୋ’ ବିଗ୍ ବସ୍। ଗତ ୨ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବିଗ୍ ବସ୍ ୧୪ ବିବାଦ ଘେରକୁ ଟାଣି ହୋଇଛି। ଏହି ଶୋ’କୁ ବ୍ୟାନ୍ କରିବା ପାଇଁ କରଣୀ ସେନା ନିର୍ମାତାଙ୍କୁ ନୋଟିସ୍ ପଠାଇଛନ୍ତି।
ନିକଟରେ, ବିଗ୍ ବସ୍ ୧୪ର ଏକ ପ୍ରମୋରେ ଦେଖିବାକୁ ମିଳିଛି ଏଜାଜ୍ ଖାନ୍ ଓ ପବିତ୍ରା ପୁନିଆ ପରସ୍ପରକୁ ଗାଲରେ ଚୁମ୍ବନ ଦେଉଛନ୍ତି। ଯାହାକୁ ନେଇ ଏବେ ଅଡ଼ୁଆରେ ବିଗ୍ ବସ୍।
ଏହି ଘଟଣାକୁ ନେଇ କରଣୀ ସେନା ପକ୍ଷରୁ ଏକ ଲିଗାଲ୍ ନୋଟିସ୍ ଜାରି ହୋଇଛି। ଯାହାକି ଭାଇରାଲ୍ ହୋଇଛି। ଏଥିରେ କୁହାଯାଇଛି,ଏଜାଜ୍ ଖାନ୍ ଓ ପବିତ୍ରା ପୁନିଆଙ୍କ ଚୁମ୍ବନ ଦୃଶ୍ୟକୁ ଦେଖାଇ ନିର୍ମାତା ‘ଲଭ୍ ଜିହାଦ୍’ ଓ adulteryକୁ ପ୍ରମୋଟ୍ କରୁଛନ୍ତି।
.@AlyGoni banein #BiggBoss ke ghar ke fun director, aur gharwalon ke saath milkar ki atrangi shooting!
Watch tonight 10:30 PM only on #Colors.
Catch #BiggBoss14 before TV on @VootSelect. #BiggBoss2020 #BB14 @BeingSalmanKhan pic.twitter.com/owjriKwiXc— Bigg Boss (@BiggBoss) November 11, 2020
ନିର୍ମାତା ସେମାନଙ୍କର ‘ଅଶ୍ଲୀଳ’ ଏବଂ ‘ଶସ୍ତା’ ବିଷୟବସ୍ତୁ ମାଧ୍ୟମରେ ଦେଶର ସଂସ୍କୃତିକୁ ନଷ୍ଟ କରୁଛନ୍ତି ବୋଲି କରଣୀ ସେନା ଅଭିଯୋଗ ଆଣିଛି।
View this post on Instagram
‘ଯଦି ଶୋ’ ବ୍ୟାନ୍ ନହୁଏ, ତା’ହେଲେ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କରଣୀ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।
View this post on Instagram
ସୂଚନାଥାଉ କି, ପୂର୍ବରୁ ମଧ୍ୟ ଏହି ଶୋ’ ବିବାଦ ଘେରକୁ ଟାଣି ହୋଇଥିଲା। ମରାଠୀ ଭାଷାକୁ ନେଇ ଜାନ୍ କୁମାର ସାନୁ ଦେଇଥିବା ବୟାନକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ଘଟଣା ପରେ ଶୋ’ ପକ୍ଷରୁ ଏପରିକି ଜାନ୍ କୁମାର ମଧ୍ୟ ଏଥିପାଇଁ କ୍ଷମା ମାଗିଥିଲେ।