ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ମୁମ୍ବାଇ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ କରୀନା କପୁର ଖାନ ଏବଂ ସୈଫ ଅଲ୍ଲି ଖାନଙ୍କ ଯୋଡି ଅନ୍ୟତମ ।୨୦୧୨ ଅକ୍ଟୋବର ୧୬ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୁହାଯାଏ ୨୦୦୮ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଟସନ୍‌’ର ଶୁଟିଂ ସମୟରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ।

ତେବେ ଅନେକ ଉତ୍‌ଥାନ୍‌ ଏବଂ ପତନ ପରେ ସୈଫ୍‌ ଏବଂ କରିନାଙ୍କ ପ୍ରେମ କାହାଣୀ ସଫଳ ହୋଇଥିଲା। କୁହାଯାଏ ନିଜ ପ୍ରେମକୁ ବିବାହର ରୂପ ଦେବାପାଇଁ କରିନା ଅନେକ ସଂଘର୍ଷ କରିଛନ୍ତି। ଏମିତି ଏକ ଦିନ ଆସି ଯାଇଥିଲା ଯେତେବେଳେ ସେ ତାଙ୍କ ବାପା ମାଆଙ୍କ ବିପକ୍ଷକୁ ଚାଲିଯାଇଥିଲେ।

କରିନାଙ୍କ ବାପା ମାଆ ସୈଫ୍‌ଙ୍କ ସହ ତାଙ୍କର ବିବାହ କରିବାକୁ ଚାହିଁନଥିଲେ। ଯେଉଁଥିପାଇଁ କରିନା ତାଙ୍କ ବାପା ମାଆଙ୍କୁ ଧମକ ଦେଇଥିବା କହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ କରିନା କହିଛନ୍ତି, ବାପା ମାଆ ସୈଫ୍‌ଙ୍କ ସହ ବିବାହ କରିବାକୁ ରାଜିନହେଲେ ମୁଁ ଲଣ୍ଡନ ଯାଇ  ସେଠାରେ ସୈଫ୍‌ଙ୍କୁ ବିବାହ କରିବି ବୋଲି ଧମକ ଦେଇଥିଲି।

କରିନା ଆହୁରି କହିଥିଲେ , ଆମ ବିବାହ ସହ କାହାର କୌଣସି ସମ୍ପର୍କ ନଥିଲା। ମିଡିଆ କେବଳ ଆମେ କଣ ଖାଉଛୁ, କେଉଁଠି ରହୁଛୁ, କେଉଁ ସ୍ଥାନରେ ବିବାହ କରିବୁ ସେ ସମ୍ପର୍କରେ ଜାଣିବାକୁ ଚାହୁଁଥିଲା। କିନ୍ତୁ ଆମେ ଆମ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିଲୁ। ସେଥିପାଇଁ ଆମେ ମିଡିଆକୁ ଏହି ବିବାହଠୁ ଦୂରେଇ ରଖିଥିଲୁ।

 

 

 

 

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like