କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୋଜା ଚାଲିଛି ନାଁ
ମୁମ୍ବାଇ: କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ବଲିଉଡ୍ ବେବୋ କରୀନା କପୁର ପୁଣିଥରେ ମା’ ହୋଇଛନ୍ତି। ଆଜି ସକାଳେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ପରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଉଭୟ କରୀନା ଓ ସୈଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୀନାଙ୍କ ଦ୍ୱିତୀୟ ସନ୍ତାନଙ୍କ ନାଁ କିଛି ରଖାଯାଇ ନାହିଁ। ହେଲେ କରୀନାଙ୍କ ଏହି ଦ୍ୱିତୀୟ ସନ୍ତାନ ନାଁ କ’ଣ ରହିବ, ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ ଅନେକ ନାଁ ପ୍ରସ୍ତାବ ଦେଇଛନ୍ତି।
Aurangzeb has arrived! https://t.co/QzCXb6ZU0N
— Kev (@shiva20596637) February 21, 2021
“Announcing- arrival of “Aurangzeb” now ! pic.twitter.com/wdzeJeu7yv
— sunita (@sunita747) February 21, 2021
View this post on Instagram
ଗତବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ କରୀନା ଘୋଷଣା କରିଥିଲ। ସୈଫ୍ଙ୍କ ସହ ଏକ ଜଏଣ୍ଟ୍ ଷ୍ଟେଟ୍ମେଣ୍ଟ୍ ଜାରି କରି କରୀନା କହିଥିଲେ, ଆମକୁ କହିବାକୁ ଖୁସି ଲାଗୁଛି ଯେ, ଆମ ପରିବାରକୁ ଆଉ ଜଣେ ନୂଆ ଅତିଥି ସାମିଲ ଦେବାକୁ ଯାଉଛନ୍ତି। ଏଥିପାଇଁ ଶୁଭେଚ୍ଛୁକଙ୍କ ଶୁଭକାମନା ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ।
View this post on Instagram
ଦ୍ୱିତୀୟ ଥର ମା’ ହେବା ଖବର ସାମ୍ନାକୁ ଆସିବା ପରେ ଲଗାତାର ଭାବେ ଲାଟେଷ୍ଟ୍ ଫଟୋକୁ ନେଇ ଚର୍ଚ୍ଚାରେ ରହିଥିଲେ କରୀନା। ୨୦୧୬ରେ ପ୍ରଥମ ସନ୍ତାନ ତୈମୁରଙ୍କୁ ସେ ଜନ୍ମ ଦେଇଥିଲେ। ୨୦୧୨ରେ କରୀନା-ସୈଫଙ୍କ ବିବାହ ହୋଇଥିଲା। କରୀନା ହେଉଛନ୍ତି ସୈଫଙ୍କ ଦ୍ୱିତୀୟ ପତ୍ନୀ। ସୈଫଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଅମୃତା ସିଂ। ଅମୃତାଙ୍କର ଦୁଇ ସନ୍ତାନ ଅଛନ୍ତି।
View this post on Instagram
ଯଦି ଆମେ କରୀନାଙ୍କ ୱାର୍କ ଫ୍ରଣ୍ଟ୍ କଥା କହିବା, ତା’ହେଲେ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ରେ ସେ ନଜର ଆସିବେ। ଏହି ଫିଲ୍ମରେ ଅମୀର ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ କରୀନାଙ୍କୁ “ଗୁଡ୍ ନ୍ୟୁଜ୍” ଏବଂ “ଇଂରାଜୀ ମିଡିୟମ୍” ଫିଲ୍ମରେ ଦେଖିବାକୁ ମିଳିଥିଲା।
ଆହୁରି ପଢନ୍ତୁ: ରୁବିନା ଦିଲୈକ ବିଗ୍ ବସ୍ ୧୪ ବିଜେତା, ପୁରସ୍କାରରେ ମିଳିଲା ୩୬ ଲକ୍ଷ