ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ମୁମ୍ବାଇ: ନିର୍ମାତା କରନ୍ ଜୋହରଙ୍କ ପାର୍ଟିର ଭାଇରାଲ୍ ଭିଡିଓକୁ ନେଇ ଜାରି ହେଲା ବିବୃତି । ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ୨୦୧୯ରେ ଏହାକୁ ଖଣ୍ଡନ କରାଯାଇଥିବା ବେଳେ ଏବେ ପୁଣି ଥରେ ମିଛ ଘଟଣାକୁ ସାମ୍ନାକୁ ଅଣାଯାଇଥିବା ପ୍ରେସ ବିବୃତି ଜରିଆରେ କହିଛନ୍ତି କରନ୍।

ସେ କେବେ ବି ଡ୍ରଗ୍ସ ନେଇନାହାନ୍ତି କିମ୍ବା ଏହାକୁ ପ୍ରୋତ୍ସାହନ କରିନାହାନ୍ତି । କିମ୍ବା ଏଭଳି କୌଣସି ସାମଗ୍ରୀକୁ ସେ ନିଜ ପାଖରେ ରଖି ବି ନାହାନ୍ତି॥ ସେହିପରି ଏନସିବି ଜେରା କରିଥିବା ଦୁଇ ଜଣ ବ୍ୟକ୍ତି କ୍ଷୀତିଜ୍ ପ୍ରସାଦ ଓ ଅନୁଭବ ଚୋପ୍ରାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି।

ସେ ଆହୁରି କହିଛନ୍ତି,  ଅନୁଭବ ଚୋପ୍ରା ଧର୍ମାର କର୍ମଚାରୀ ନୁହଁନ୍ତି। ନଭେମ୍ବର ୨୦୧୧, ଜାନୁଆରୀ ୨୦୧୨ରେ ମାତ୍ର ଦୁଇ ମାସ ପାଇଁ ଏକ ଫିଲ୍ମରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।  ସେହିଭଳି କ୍ଷୀତିଜ୍ ଧର୍ମା ପ୍ରଡକସନର ଅନ୍ୟ ଏକ କମ୍ପାନି ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟରେ ଗତ ବର୍ଷ ନଭେମ୍ବରରେ ଏକ ପ୍ରକଳ୍ପ ପାଇଁ ଠିକା କର୍ମଚାରୀ ଭାବେ ଯୋଗ ଦେଇଥିଲେ ବୋଲି କରନ୍ କହିଛନ୍ତି। ଏହାଛଡ଼ା ତାଙ୍କ ଉପରେ ହେଉଥିବା ମିଥ୍ୟା ଆରୋପକୁ ପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like