ଶୁଟିଂ ସେଟ୍‌ରେ କାନ୍ଦି ପକାଇଥିଲେ କରଣ ; କାହିଁକି ଜାଣନ୍ତି ?

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ‘ପଲ୍‌ପଲ୍ ଦିଲ୍‌ କେ ପାସ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେଓଲ। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଜାଣିଛନ୍ତି, ଡେବ୍ୟୁ ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳେ କାନ୍ଦି ପକାଇଥିଲେ କରଣ। ଏକ ସାକ୍ଷାତକାରରେ ସେ ନିଜେ ଏ କଥା କହିଥିଲେ।

କରଣ କହିଥିଲେ,“ଶୁଟିଂ ସେଟ୍‌ର ପ୍ରଥମ ଦିନକୁ ମୁଁ କେବେ ଭୁଲି ପାରିବିନି। ମୋର ଏକ ଡ୍ରାଇଭିଂ ଶଟ୍‌ ଥିଲା ଓ ମୋତେ ଗାଡ଼ି ଅଟକାଇ କିଛି ଡାଏଲଗ୍‌ କହିବାର ଥିଲା। ମୁଁ ହିମାଳୟର ରାସ୍ତାରେ ଗାଡ଼ି ଚଲାଉଥିଲି। ହଠାତ୍‌ ମୋ କାର୍‌ରେ କିଛି ସମସ୍ୟା ଦେଖାଗଲା। ଫଳରେ ଶଟ୍‌ ଠିକ୍ ଭାବେ ନିଆଯାଇ ପାରିଲା ନାହିଁ। ପୁଣି ଶଟ୍ ନିଆଗଲା। ତଥାପି ହେଲାନି। ଏହା ପରେ ମୋତେ ଲାଗିଲା ଯେ ମୋ ଦ୍ୱାରା ଏସବୁ ହୋଇପାରିବ ନାହିଁ। ସେଟ୍‌ରେ ମୋର ଜଣେ ସମ୍ପର୍କୀୟ ଥିଲେ। ମୁଁ ତାଙ୍କ ପାଖକୁ ଗଲି ଓ ନିରାଶ ହୋଇ କାନ୍ଦି ପକାଇଲି ଏବଂ କହିଲି, ମୋ ଦ୍ୱାରା ଏ ସବୁ ହେଇପାରିବନି। ମୁଁ ଏସବୁ ଜିନିଷ ପାଇଁ ଫିଟ୍‌ ନୁହେଁ। ତା’ପରେ ସେ ମୋତେ ବୁଝାଇଥିଲେ ଓ ମୁଁ ଶାନ୍ତ ହୋଇଥିଲି। ବାସ୍ତବରେ ମୁଁ ବହୁତ ଡରି ଯାଇଥିଲି।”

 

View this post on Instagram

 

Love this picture! Thank You @tadka_bollywood_

A post shared by Karan Deol (@imkarandeol) on

କରଣ କହିଥିଲେ,“ଶୁଟିଂ ସେଟ୍‌ର ପ୍ରଥମ ଦିନକୁ ମୁଁ କେବେ ଭୁଲି ପାରିବିନି। ମୋର ଏକ ଡ୍ରାଇଭିଂ ଶଟ୍‌ ଥିଲା ଓ ମୋତେ ଗାଡ଼ି ଅଟକାଇ କିଛି ଡାଏଲଗ୍‌ କହିବାର ଥିଲା। ମୁଁ ହିମାଳୟର ରାସ୍ତାରେ ଗାଡ଼ି ଚଲାଉଥିଲି। ହଠାତ୍‌ ମୋ କାର୍‌ରେ କିଛି ସମସ୍ୟା ଦେଖାଗଲା। ଫଳରେ ଶଟ୍‌ ଠିକ୍ ଭାବେ ନିଆଯାଇ ପାରିଲା ନାହିଁ। ପୁଣି ଶଟ୍ ନିଆଗଲା। ତଥାପି ହେଲାନି। ଏହା ପରେ ମୋତେ ଲାଗିଲା ଯେ ମୋ ଦ୍ୱାରା ଏସବୁ ହୋଇପାରିବ ନାହିଁ। ସେଟ୍‌ରେ ମୋର ଜଣେ ସମ୍ପର୍କୀୟ ଥିଲେ। ମୁଁ ତାଙ୍କ ପାଖକୁ ଗଲି ଓ ନିରାଶ ହୋଇ କାନ୍ଦି ପକାଇଲି ଏବଂ କହିଲି, ମୋ ଦ୍ୱାରା ଏ ସବୁ ହେଇପାରିବନି। ମୁଁ ଏସବୁ ଜିନିଷ ପାଇଁ ଫିଟ୍‌ ନୁହେଁ। ତା’ପରେ ସେ ମୋତେ ବୁଝାଇଥିଲେ ଓ ମୁଁ ଶାନ୍ତ ହୋଇଥିଲି। ବାସ୍ତବରେ ମୁଁ ବହୁତ ଡରି ଯାଇଥିଲି।”

ଏହି ଫିଲ୍ମରେ ବହୁତ ବଢ଼ିଆ ବଢ଼ିଆ ସିନ୍‌ ରହିଛି ବୋଲି କୁହାଯାଉଛି। ତା’ସହିତ କରଣଙ୍କର ବହୁତ ଷ୍ଟଣ୍ଟ୍ ମଧ୍ୟ ରହିଛି। ଅବଶ୍ୟ ଫିଲ୍ମରେ କରଣଙ୍କ ଷ୍ଟଣ୍ଟ ଦେଖି ନିଜେ ସନ୍ନି ଦେଓଲ ଡରି ଯାଇଥିଲେ। ଏକ ସିନ୍‌ରେ କରଣ ୪୦୦ ଫୁଟ୍ ଉଚ୍ଚରୁ ତଳକୁ ପଡ଼ିଥିଲେ। ଖୁବ୍ ସାବଧାନତାର ସହିତ ଏହି ସିନ୍‌କୁ ଶୁଟ୍ କରାଯାଇଥିଲା। ତେବେ ବାପା ହିସାବରେ ସନ୍ନି ଡରି ଯାଇଥିଲେ।

ଏହି ଫିଲ୍ମରେ କରଣଙ୍କ ନାୟିକା ହୋଇଛନ୍ତି ସହେର୍‌ ବାମ୍ବା। ସହେରଙ୍କର ମଧ୍ୟ ଏହା ଡେବ୍ୟୁ ଫିଲ୍ମ। ନିକଟରେ ଫିଲ୍ମର ଟାଇଟଲ୍ ଟ୍ରାକ୍‌ ରିଲିଜ୍‌ ହୋଇଛି। ଏହା ବେଶ୍ ରୋମାଣ୍ଟିକ୍ ହୋଇଛି। ଏଥିରେ କରଣ ଓ ସହେର୍‌ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଗୀତକୁ ହିମାଚଳ ପ୍ରଦେଶରେ ଶୁଟିଂ କରାଯାଇଛି। ଫିଲ୍ମଟି ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ।

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

You might also like