ଅକ୍ଟୋବର ୧୨ ରେ ରିଲିଜ୍‌ ହେଉଛି କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପ୍ରଯୋଜିତ ଫିଲ୍ମ

ମୁମ୍ବାଇ: କିଛିଦନ ହେବ କପିଲ୍‌ ଶର୍ମାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳୁନି। ଅନେକ ବିବାଦରେ ଛନ୍ଦି ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କ ‘ଶୋ’କୁ ମଧ୍ୟ ସେ ଛାଡ଼ିଛନ୍ତି। ଆଉ ଏହି ସବୁ ପରିବର୍ତ୍ତନ ସୁନୀଲ୍‌ ଗ୍ରୋଭରଙ୍କ ସହିତ ଝଗଡ଼ା ହେବାପରେ ହୋଇଛି। ଅନ୍ୟପଟେ କପିଲ୍‌ କେବେ ଟିଭି ପରଦାକୁ ଫେରିବେ ଓ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିବେ ତାକୁ ସମସ୍ତେ ଚାହିଁ ବସିଛନ୍ତି। କପିଲ୍‌ ସୋଶାଲ୍‌ ମିଡିଆଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି। ତାଙ୍କର ଶେଷ ଟ୍ୱିଟ୍‌ ଜୁନ୍‌ ୭ ତାରିଖରେ ହିଁ ହୋଇଥିଲା। ଯାହାକି ତାଙ୍କ ଫ୍ୟାନ୍‌ ମାନଙ୍କୁ ବ୍ୟଥିତ କରିଛି। ତାଙ୍କ ଅପ୍‌ଡେଟ୍‌ ପାଇବା ପାଇଁ ପ୍ରଶଂସକ ମହଲରେ ବେଶ୍‌ ଉତ୍ସୁକତା ରହିଛି।

ଏହାର ଅବସାନ ଘଟାଇ ଦୀର୍ଘ ୨ ମାସ ୧୦ ଦିନ ପରେ ସେ ଏକ ଟ୍ୱିଟ୍‌ କରିଛନ୍ତି। ଯାହାକି ତାଙ୍କର ଆଗାମୀ ସିନେମା “ସନ୍‌ ଅଫ୍‌ ମଞ୍ଜିତ୍‌ ସିଂ” ସମ୍ବନ୍ଧରେ ଦର୍ଶକଙ୍କୁ ଜଣାଇଛନ୍ତି। ସେ ଏହି ପଞ୍ଜାବୀ ସିନେମାକୁ ପ୍ରଯୋଜନା କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ ତାଙ୍କର ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବାବେଳେ, ଆଗାମୀ ଅକ୍ଟୋବର୧୨ ତାରିଖରେ ପରଦାକୁ ଆସିବ।

 

You might also like