ଏୟାରପୋର୍ଟରେ ହୁଇଲ ଚେୟାରରେ କୁଆଡେ ଯାଉଛନ୍ତି କପିଲ ଶର୍ମା ? ଚିନ୍ତାରେ ଫ୍ୟାନ୍ସ

ନୂଆଦିଲ୍ଲୀ:କମେଡିଆନ କପିଲ ଶର୍ମାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହୋଇଛି।   ଭିଡିଓରେ ଦେଖିବାକୁ ମିଳିଛି, କମେଡି କିଙ୍ଗ କପିଲ ଶର୍ମା  ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସୁଛନ୍ତି। କପିଲ ଶର୍ମା ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସିବାବେଳେ ଖୁବ ବିବ୍ରତ ଏବଂ ଉଦାସ ଦେଖା ଯାଉଛନ୍ତି । ଏପରକି ତାଙ୍କର ଭିଡିଓ ରେକର୍ଡିଂ ଚାଲିଥିଲେ ମଧ୍ୟ କପିଲ କ୍ୟାମେରାମ୍ୟାନଙ୍କ ସହ କଥାବର୍ତ୍ତା କରି ନ ଥିଲେ। ଏହି ଭିଡିଓ କପିଲଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି। ତେବେ କ’ଣ ହୋଇଛ କପିଲଙ୍କର ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ, କପିଲ ଶର୍ମା ହୁଇଲ ଚେୟାରରେ ବସି ଏୟାରପୋର୍ଟରୁ ବାହାରି କାର ପାର୍କିଂ ସ୍ଥାନକୁ ଯାଉଛନ୍ତି। ତାଙ୍କୁ ଦେଖି ପାପାରାଜି ତାଙ୍କ ପଛରେ ଦୌଡୁଛନ୍ତି। ସେମାନେ କପିଲଙ୍କୁ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ କପିଲ କାହାରିକୁ କୌଣସି ଉତ୍ତର ଦେଉ ନାହାନ୍ତି।

ଅନ୍ୟପକ୍ଷେ କପିଲ ଶର୍ମାଙ୍କ ଏପରି ଅବସ୍ଥା ଦେଖି ତାଙ୍କର ଫ୍ୟାନ୍ସମାନେ ମଧ୍ୟ ଦୁଃଖ ପ୍ରକାଶ କରଛନ୍ତି। କିଛି ନ ଜାଣିଲେ ମଧ୍ୟ ସୋଶାଲ ମିଡିଆ ଜରିଆରେ ସେମାନେ କପିଲଙ୍କ ସୁସ୍ଥ, ନୀରୋଗ ଜୀବନର କାମନା କରିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କପିଲ ଏହି ଭିଡିଓକୁ ନେଇ କୌଣସି ଟିପ୍ପଣୀ ଦେଇ ନାହାନ୍ତି। ତାଙ୍କର ଏପରି ନିରବତା ଫ୍ୟାନ୍ସଙ୍କୁ ବେଶି ବ୍ୟଥିତ କରିଛି।

ଏଠି କହିରଖିବୁ, ଫେବ୍ରୁଆରୀ ୧ ତାରିଖରେ ଲୋକପ୍ରିୟ କମେଡି କିଙ୍ଗ ତଥା ବଲିଉଡ ଆକ୍ଟର କପିଲ ଶର୍ମା ଦ୍ୱିତୀୟ ସନ୍ତାନର ବାପା ହୋଇଥିଲେ। ତାଙ୍କର ପତ୍ନୀ ଗିନ୍ନି ଚତରଥ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି କାରଣରୁ କପିଲଙ୍କ ଶୋ ବନ୍ଦ ଥିଲା। ମିଡିଆ ରିପୋର୍ଟ ଅନୁସାରେ କପିଲ ଶର୍ମା  ନିଜେ ‘ଦ କପିଲ ଶର୍ମା ଶୋ’କୁ  କିଛି ଦିନ ପାଇଁ ବ୍ରେକ ଦେଇଥିଲେ। କପିଲ ନିଜେ ସୋଶାଲ ମିଡିଆ ଜରିଆରେ ତାଙ୍କ ଫ୍ୟାନ୍ସକୁ ଏହି ସୂଚନା ଦେଇଥିଲେ।

ସୂଚନାଥାଉ କି, ୨୦୧୮ରେ ଗିନ୍ନି ଓ କପିଲ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲା।  ୨୦୧୯ରେ  କପିଲ-ଗିନ୍ନିଙ୍କ ଘରେ କୁନି ପରୀ ଅନାୟାରା ଜନ୍ମ ନେଇଥିଲା।  କପିଲଙ୍କ ୱାର୍କଫ୍ରଣ୍ଟ କଥା କହିଲେ, ସେ ଖୁବ୍ ଶିଘ୍ର ନେଟଫ୍ଲିକ୍ସରେ ଏକ ୱେବ ସିରିଜ ସହ ଡିଜିଟାଲ ଡେବ୍ୟୁ କରିବେ।

 

 

View this post on Instagram

 

A post shared by Voompla (@voompla)

You might also like