ପୁଅର ନାମ ଘୋଷଣା କଲେ କପିଲ୍

ମୁମ୍ବାଇ: ଟିଭି ରିଅଲିଟି ସୋ’ର ସବୁଠାରୁ ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଶେଷରେ ତାଙ୍କ ପୁଅର ନାମ ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ସିଙ୍ଗର୍ ନୀତି ମୋହନଙ୍କ ଅନୁରୋଧରେ ସେ ତାଙ୍କ ପୁଅର ନାମ ପ୍ରକାଶ କରିଛନ୍ତି।
ଚଳିତ ମାସ ଏପ୍ରିଲ୍ ୨ରେ ନିଜର ଜନ୍ମଦିନ ପାଳିଥିଲେ। ଏ ନେଇ ସୋସିଆଲ୍ ମିଡିଆରେ ଜନ୍ମଦିନ ଶୁଭେଚ୍ଛାରେ ଭର୍ତ୍ତି ହୋଇଯାଇଥିଲା। ରବିବାର(ଏପ୍ରିଲ୍ ୪) କପିଲ ତାଙ୍କ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ମେସେଜଗୁଡିକର ପ୍ରତ୍ୟୁତ୍ତର ରଖିଥିଲେ।
ଏହି କ୍ରମରେ କପିଲ୍ ସିଙ୍ଗର ନୀତି ମୋହନଙ୍କ ଟ୍ୱିଟର ଉତ୍ତର ରଖି ତାଙ୍କ ପୁଅର ନାମ ପ୍ରକାଶ କରିଥିଲେ। ଟ୍ୱିଟରେ ନୀତି କପିଲ୍ ଶର୍ମାଙ୍କୁ ହାପି ବାର୍ଥ ଡେ ଜଣେଇବା ସହିତ କପିଲ ଓ ତାଙ୍କ ପରିବାରର ଶୁଭ ମନାସୀ ଥିଲେ। ଏହି ଟ୍ୱିଟରେ ସେ କପିଲଙ୍କୁ ପୁଅର ନାମ ଜଣେଇବା ନେଇ କହିଥିଲେ।
ନୀତିଙ୍କ ଟ୍ୱିଟର ଉତ୍ତର ରଖି କପିଲ୍ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ସେ ତାଙ୍କ ପୁଅର ନାମ ତ୍ରିଶାନ ରଖିଥିବା କହିଥିଲେ। କପିଲଙ୍କ ପୁଅର ନାମ ଶୁଣି ନୀତି ବହୁତ ଖୁସି ହୋଇଯାଇଥିଲେ ଏବଂ ଏହା ଏକ ସୁନ୍ଦର ନାମ ବୋଲି କହିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ପ୍ରକାଶ ଥାଉକି ପୂର୍ବରୁ କପିଲ୍ ଓ ଗିନ୍ନିଙ୍କ ଅନାୟାର ନାମରେ ଗୋଟେ ଝିଅ ଅଛି। ଚଳିତ ଫେବ୍ରୁଆରୀ ୨ରେ ସେମାନେ ଅନ୍ୟ ଏକ ଝିଅର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

You might also like