କପିଲ ଶର୍ମାଙ୍କ ପ୍ରଶ୍ନରେ ଭଜିଙ୍କ ହୋସ୍‌ ଉଡ଼ିଗଲା

ନୂଆଦିଲ୍ଲୀ:କମେଡି କିଙ୍ଗ କପିଲ ଶର୍ମାଙ୍କ ଧମାକାଦାର କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ କେବଳ ଟିଭିରେ ନୁହେଁ, ସୋଶାଲ ମିଡିଆରେ ବି ଖୁବ୍‌ ଧମାଲ କରିଛି। କପିଲ ଶର୍ମାଙ୍କ ଏହି କାର୍ଯ୍ୟକ୍ରମକୁ ହରଭଜନ ସିଂ ଏବଂ ତାଙ୍କ ପତ୍ନୀ ଆସିଥିଲେ। କପିଲ ଶର୍ମା ଏମିତି ପ୍ରଶ୍ନ ପଚାରିଥିଲେ, ପତ୍ନୀଙ୍କ ଉପସ୍ଥିତିରେ ଉତ୍ତର ଦେବା ପୂର୍ବରୁ ଚିନ୍ତାରେ ପଡି ଯାଇଥିଲେ ଭଜି (ହରଭଜନ ସିଂ) । ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଶୋ’ରେ କପିଲ ଶର୍ମା ହରଭଜନଙ୍କୁ ପଚାରିଛନ୍ତି ‘ଆପଣ ଗୀତା ଉପରେ ହାତ ରଖି ଶପଥ କରନ୍ତୁ, ଯାହା କହବେ ସତ କହିବେ’। ହରଭଜନ ଏହା କହିବା ପରେ କପିଲ ପଚାରିଛନ୍ତି ‘ଗୀତା ବାସ୍ରାଙ୍କ ବ୍ୟତୀତ ବଲିଉଡ୍‌ର ଆଉ କେଉଁ ଆକ୍ଟ୍ରେସ୍‌ ଆପଣଙ୍କର ଫେବରାଇଟ୍‌ ?

ଏପରି ପ୍ରଶ୍ନ ଶୁଣି ପ୍ରଥମେ ତ ଭଜି ଚିନ୍ତାରେ ପଡ଼ି ଯାଇଥିଲେ। ତଥାପି ‘ଚେହେରା ନା ଆକ୍ଟିଂ’-କେଉଁଥିରେ ବୋଲି ପ୍ରଶ୍ନ କରିଥିଲେ।

ପୁଣି କପିଲଙ୍କର ପ୍ରଶ୍ନ ଥିଲା-ଆପଣ ଦୁଇ ପ୍ରକାର ଦୃଷ୍ଟିରେ ତାହେଲେ ଦେଖନ୍ତି ! କପିଲଙ୍କର ଏପରି କଥାରେ ଦର୍ଶକ ବେଶ୍‌ ହସିଥିଲେ।

 

You might also like