କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ବିଷୟରେ ଏମିତି କହିଲେ ଡାକ୍ତର

ମୁମ୍ବଇ: କରୋନା ସଂକ୍ରମିତ ବଲିଉଡ ସିଙ୍ଗର କନିକା କପୁରଙ୍କୁ ନେଇ ଏକ ଭଲ ଖବର । କନିକାଙ୍କର ପଞ୍ଚମ କୋଭିଡ ୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେବେ ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏଠି କହି ରଖିବୁ, ୪ ଥର ଟେଷ୍ଟ ପରେ ବି କନିକାଙ୍କ ରିପୋର୍ଟ ପଜିଟିଭ ଆସୁଥିଲା`। ସେ ତାଙ୍କ ଇନଷ୍ଟ୍ରାଗ୍ରାମ୍ ଆକାଉଣ୍ଟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ସେୟାର କରି କହିଥିଲେ ଯେ ତାଙ୍କର ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ଅଛି । ସେ ଆଶା କରୁଛନ୍ତି, ତାଙ୍କର ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ।

ବେବି ଡଲ ଫେମ୍‌ ସିଙ୍ଗର କନିକା କପୁରଙ୍କ ସମ୍ପର୍କରେ ସୂଚନା ଦେଇ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଡାଇରେକ୍ଟର ଡାକ୍ତର ଆର କେ ଧୀମାନ କହିଛନ୍ତି, କନିକାଙ୍କ ଶରୀରରେ କରୋନର କୌଣସି ଲକ୍ଷଣ ନାହିଁ । ତାଙ୍କର ସ୍‌:ାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି । ସେ ସ୍‌:ାଭାବିକ ଭାବେ ଖାଉଛନ୍ତି ।

ବଲିଉଡ ସିଙ୍ଗର କନିକା କପୁର ମାର୍ଚ୍ଚ ୯ ତାରିଖ ଲଣ୍ଡନରୁ ମୁମ୍ବଇ ଫେରିଥିଲେ । ଏହାର ଦୁଇ ଦିନ ପରେ ସେ ଲକ୍ଷ୍ନୌ ଯାଇଥିଲେ । ସେଠାରେ ଅନେକ ପାର୍ଟିରେ ସାମିଲ ହୋଇଥିଲେ । କନିକା କପୁରଙ୍କର ଏପରି ଅବହେଳାକୁ ନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।

You might also like