ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରି ଚାଲିବି; ନା କାହାକୁ ଡରିବି, ନା ନଇଁବି: କଙ୍ଗନା

ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ବାଇ ଫେରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌। ଆଜି ସକାଳେ ସେ ହିମାଚଳ ପ୍ରଦେଶର ମନାଲିରୁ ଆସି ଚଣ୍ଡୀଗଡ଼ରେ ପହଞ୍ଚିଥିଲେ। ସେଠାରୁ ସେ ଅପରାହ୍ଣ ୧୨ଟା ୧୫ରେ ବିମାନ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି।

କେନ୍ଦ୍ର ସରକାର ଯୋଗାଇ ଦେଇଥିବା Y ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ସେ ମୁମ୍ବାଇ ଆସୁଛନ୍ତି। ଆଜି ସକାଳେ କଙ୍ଗନା ଘରୁ ବାହାରିବା ପୂର୍ବରୁ ହିମାଚଳପ୍ରଦେଶ ହମୀରପୁର୍‌ ଜିଲ୍ଲାର କୋଠି ଅଞ୍ଚଳରେ ଥିବା ଏକ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ।

ଏହାସହ ସେ ମୁମ୍ବାଇ ଫେରିବା ପୂର୍ବରୁ ତାଙ୍କର କରୋନା ଟେଷ୍ଟ୍‌ କରିଥିଲେ ଓ ରିପୋର୍ଟ ନେଗେଟିଭ୍‌ ଆସିଛି। ମଙ୍ଗଳବାର ଦିନ ହମୀରପୁର୍ ଜିଲ୍ଲାରେ ଥିବା ତାଙ୍କ ଘରକୁ ସ୍ଥାନୀୟ ପ୍ରଶାସନ ଆସି କଙ୍ଗନାଙ୍କ ସାମ୍ପଲ୍‌ ଟେଷ୍ଟ୍‌ ନେଇଥିଲେ। ପ୍ରଥମ ଟେଷ୍ଟ୍‌ ବିଫଳ ହେବାପରେ କଙ୍ଗନାଙ୍କ ଦ୍ୱିତୀୟ ଥର ପାଇଁ କରୋନା ଟେଷ୍ଟ୍‌ କରାଯାଇଥିଲେ। ଯେଉଁଥିରେ ରିପୋର୍ଟ ନେଗେଟିଭ୍‌ ଆସିଛି।

ମୁମ୍ବାଇ ଗସ୍ତ ପୂର୍ବରୁ ରାଣୀ ଲକ୍ଷ୍ମୀବାଈଙ୍କ ଉଦାହରଣ ଦେଇ କଙ୍ଗନା ଟ୍ୱିଟ୍‌ କରି କହିଛନ୍ତି, ରାଣୀ ଲକ୍ଷ୍ମୀବାଈଙ୍କ ସାହସ, ବୀରତ୍ୱ ଓ ବଳିଦାନ ମୁଁ ଫିଲ୍ମରେ ପ୍ରଦର୍ଶିତ କରିଛି। କିନ୍ତୁ ଦୁଃଖର କଥା ମହାରାଷ୍ଟ୍ରକୁ ଆସିବାକୁ ମୋତେ ଅଟକା ଯାଉଛି। ମୁଁ ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରି ଚାଲିବି, ନା କାହାକୁ ଡରିବି, ନା ନଇଁବି। ମିଥ୍ୟା ବିରୋଧରେ ମୁହଁ ଖୋଲିବା ଜାରି ରଖିବି।

ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ମୁହଁ ଖୋଲି ଚର୍ଚ୍ଚାରେ ଅଛନ୍ତି କଙ୍ଗନା। ଡ୍ରଗ୍ସ ମାଫିଆଙ୍କ ସମ୍ପର୍କରେ ସେ ଖୁଲାସା କରି ବଲିଉଡ୍‌କୁ ଅକଳରେ ପକାଇଛନ୍ତି। କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ବିବାଦ ଘେରରେ ଅଛନ୍ତି।

ପଢ଼ନ୍ତୁ: କଙ୍ଗନା କହିଲେ, ‘ପାକ୍ ଅଧିକୃତ କାଶ୍ମୀର ଭଳି ଲାଗୁଛି ମୁମ୍ବାଇ’

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

You might also like