ଏବେ ବଲିଉଡ କ୍ୱିନଙ୍କ ଟାର୍ଗେଟରେ ଜାତିର ଜନକ : ଉତ୍ତମ ପିତା ଏବଂ ପତି ହେବା ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା

ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଟି ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତପ୍ରକାଶ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି, ଏହାସହ ସମାଲୋଚନକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାର ପରିଧୀରେ ଅଭିନେତ୍ରୀ ।  ଜାତିର ଜନକଙ୍କ, ପିତା ଏବଂ ପତି ହେବାର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛନ୍ତି କଙ୍ଗନା ।

ନିଜ ସନ୍ତାନମାନେ ମହାତ୍ମା ଗାନ୍ଧୀଙ୍କୁ ଜଣେ ଖରାପ ପିତା କହିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଜଣେ ମହାନ ନେତା କେବେ ବି ଜଣେ ମହାନ ପତି ହୋଇପାରିଲେ ନାହିଁ। ଜଣେ ପୁରୁଷ ପାଇଁ ସବୁ ଭୁଲ ପାଇଁ ଦୁନିଆ କ୍ଷମା ଦେଇଦିଏ। ମହାତ୍ମାଗାନ୍ଧୀଙ୍କ ପତ୍ନୀ ଶୌଚାଳୟ ସଫା କରିବାକୁ ମନା କରିବାରୁ ସେ ତାଙ୍କୁ ଘରୁ ବାହାର କରିଦେଉଥିଲେ  ବୋଲି ଟ୍ୱିଟ କରିଛନ୍ତି ବିବାଦୀୟ ଅଭିନେତ୍ରୀ। ନିକଟରେ ବ୍ରିଟେନର‌ ପ୍ରିନ୍ସ ହ୍ୟାରୀ ଏବଂ ପତ୍ନୀ ମେଗାନ ମର୍କେଲ ରବିବାର ଏକ ଟିଭି ସାକ୍ଷାତକାରରେ ବଡ଼ ଖୁଲାସା କରିଥିଲେ।  ତେବେ ଏ ସମ୍ପର୍କରେ ଅଭିନେତ୍ରୀ କଙ୍ଗନା  ରାଜ ପରିବାର ବିବାଦକୁ ନେଇ ଟ୍ୱିଟ‌ କରିବା ସହ ଜାତିର ଜନକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ପ୍ରଥମେ ଟ୍ୱିଟ‌ରେ‌ କଙ୍ଗନା ଲେଖିଛନ୍ତି, କିଛି ଦିନ ​‌ହେବ ଲୋକେ ଗୋଟିଏ ପରିବାରକୁ ନେଇ ଏକତରଫା ଆଲୋଚନା ଚାଲିଛି।  ଲୋକେ ଏକପାଖିଆ ମତପ୍ରକାଶ‌ କରୁଛନ୍ତି, ଅନଲାଇନ୍‌ ଲିଞ୍ଚିଂ କରୁଛନ୍ତି। ଏବେ ପୂରା ବିଶ୍ୱରେ ସେହି ଜଣେ ମହିଳା ଶାସକ ହିଁ  ଅଛନ୍ତି। ସେ ଜଣେ ଆଦର୍ଶ ପତ୍ନୀ, ଶାଶୁ କିମ୍ବା ଭଉଣୀ ହୋଇପାରିଲେ ନାହିଁ  ସିନା କିନ୍ତୁ ସେ ଜଣେ ମହାନ ରାଣୀ। ବାପାଙ୍କ ସ୍ୱପ୍ନକୁ ସେ ପୂରା କରିବାରେ ସଫଳ ହୋଇଛନ୍ତି । ପୁଅ ପରି ସେ କ୍ରାଉନ୍‌ ରକ୍ଷା କଲେ। ଜୀବନର ସମସ୍ତ ସ୍ଥିତିକୁ ସମାନ ଭାବେ ନିଭାଇବା ବହୁତ କଷ୍ଟକର। ତେଣୁ ତାଙ୍କୁ ରାଣୀ ରୂପରେ ହିଁ ରିଟାୟର ହେବାକୁ ଦିଅନ୍ତୁ।’

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମେଗାନ ଏକ ସାକ୍ଷାତକାରରେ କହିଥିଲେ, ରାଜ ପରିବାର ସହ ସମୟ ବିତାଇବା ବେଳେ ମନକୁ ଆତ୍ମହତ୍ୟା କରିବାକୁ ଚିନ୍ତା ଆସିଥିଲା। ବିଲକୁଲ ବଞ୍ଚିବାକୁ ଇଚ୍ଛା ନଥିଲା । ରାଜ ପରିବାର ଉପରେ ବିଶ୍ୱାସ କରିବା  ବଡ଼ ଭୁଲ ଥିଲା । ରାଜ ପରିବାର କଥା ଦେଇ କ ହୋଇପାରିଲା ନାହିଁ। ହ୍ୟାରୀ କହିଥିଲେ ଯଦିଥା ରଖିଲେ ନାହିଁ। କେବଳ ଏତିକି ନୁହେଁ ହ୍ୟାରି କହିଥିଲେ,  ରାଜକୁମାରୀ ଡାଏନା ଆଜି ବଞ୍ଚିଥିଲେ, ତେବେ ରାଜ ପରିବାରରେ ଯାହା ଘଟିଛି ସେ ଅତ୍ୟନ୍ତ ବିରକ୍ତ ହୋଇଥାନ୍ତେ।

 

You might also like