ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ସାମାଜିକ ଘଟଣାବଳି ଉପରେ ନିଜର ଦୃଢ଼ ଓ ସାହସିକ ମନ୍ତବ୍ୟ ପାଇଁ ମଧ୍ୟ ସେ ସେତିକି ଜଣାଶୁଣା। କଙ୍ଗନା ଅନେକ ସମୟରେ କାହାକୁ ଭୟ ନକରି ସାମାଜିକ ଘଟଣାବଳି ଉପରେ ବେଶ୍‌ ଦୃଢ଼ତାର ସହ ଜବାବ ରଖନ୍ତି। ଏଥର ମଧ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଭ୍ରମଣକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି।

ଏକ ନ୍ୟୁଜ୍‌ ପୋର୍ଟାଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା କହିଛନ୍ତି, ଦୀପିକା ଜାଣିଛନ୍ତି ଯେ ସେ କ’ଣ କରୁଛନ୍ତି, କେଉଁ ଲୋକଙ୍କ ସହିତ ଛିଡ଼ା ହୋଇଛନ୍ତି। ଦୀପିକା ତାଙ୍କର ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରୁଛନ୍ତି। ତେଣୁ ଏହା ଉପରେ କୌଣସି ମନ୍ତବ୍ୟ ଦେବା ତାଙ୍କର ଅଧିକାର ନାହିଁ ବୋଲି କଙ୍ଗନା କହିଥିଲେ।

ଏଥିସହିତ ସେ ଏହା ମଧ୍ୟ କହିଥିଲେ, “ ମୁଁ ସେଭଳି କୌଣସି ଗୋଷ୍ଠୀର ସମର୍ଥନ କରେ ନାହିଁ ଯେଉଁମାନେ ଦେଶ ବିଭାଜନର କଥା କୁହନ୍ତି, ମୁଁ ସେଭଳି ଗୋଷ୍ଠୀକୁ ବଳ ଦିଏ ନାହିଁ ଯେଉଁମାନେ ଯବାନ ସହିଦ ହେଲେ ଉତ୍ସବ ମନାନ୍ତି। ତେଣୁ ମୁଁ ସେମାନଙ୍କର ସମର୍ଥନ କରେ ନାହିଁ। ମୁଁ ଯାହା କରିପାରିବି ତାହା କହିବି କିନ୍ତୁ କାହା ଉପରେ ମନ୍ତବ୍ୟ ଦେଇପାରିବି ନାହିଁ” ବୋଲି କଙ୍ଗନା କହିଥିଲେ।

ସୋଶାଲ୍‌ ମିଡିଆରେ ଫିଲ୍ମ ଛପାକ ବୟକଟ୍‌କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ ମଧ୍ୟ ସେ ସ୍ପଷ୍ଟ ଭାବେ ତାଙ୍କର ମତ ରଖିଥିଲେ। କଙ୍ଗନା କହିଥିଲେ, ଏସବୁରେ ଫିଲ୍ମ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ଯଦି ଫିଲ୍ମ ଭଲ ହୋଇଥିବା ତେବେ ଏହା ନିଶ୍ଚୟ ଚାଲିବ।

ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ କଙ୍ଗନା ଦେଶ ବିରୋଧୀ ନାରା ଦେଇଥିବା ଗୋଷ୍ଠୀଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଏମିତିକି ତାଙ୍କ ବିରୋଧରେ ବାହାରି ଥିଲେ। ଅପର ପକ୍ଷରେ ଦୀପିକା ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦେବାକୁ ଜେଏନ୍‌ୟୁ ଯାଇଥିଲେ।

You might also like