କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ଆଶ୍ୱସ୍ତି। ରାଜଦ୍ରୋହ ମାମଲାରେ କଙ୍ଗନା ଓ ରଙ୍ଗୋଲୀଙ୍କ ଗିରଫ ପରୱାନା ବିରୋଧରେ ବମ୍ବେ ହାଇକୋର୍ଟ ଉଭୟ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

ଏହି ମାମଲାରେ କଙ୍ଗନା ପୋଲିସ୍‌ରେ ଅଭିଯୋଗ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଦୁଇ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି କୋର୍ଟ। ଏଥି ସହିତ କଙ୍ଗନାଙ୍କୁ ୮ ଜାନୁଆରୀରେ ପୋଲିସ ସମ୍ମୁଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଘୃଣା ସୃଷ୍ଟି କରିବା ଅଭିଯୋଗରେ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ ବିରୋଧରେ ମାମଲା ହୋଇଥିଲା। ମୁମ୍ବାଇ ମାଜିଷ୍ଟ୍ରେଟ୍‌ କୋର୍ଟ ବାନ୍ଦ୍ରା ପୋଲିସକୁ ଏହି ମାମଲା ଦାୟର କରିବା ପାଇଁ କହିଥିଲେ। କଙ୍ଗନା ଏହାକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

You might also like