ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ମାମଲାରେ ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା ରାଣାୱତ। ବମ୍ବେ ମହାନଗର ନିଗମ ବିରୋଧରେ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି କଙ୍ଗନାଙ୍କ ଆଇନଜୀବୀ । ବେଆଇନ ଭାବେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍ କୋଠାକୁ ବିଏମ୍‌ସି ଭାଙ୍ଗିଥିବା ଅଭିଯୋଗ କୋର୍ଟରେ ହୋଇଛି।

ଖାଲି ସେତିକି ନୁହେଁ,  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ବେଖାତିର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଶୁଣାଣି କରି ବିଏମସିର କାର୍ଯ୍ୟାନୁଷ୍ଠାନକୁ ଭତ୍ସନା କରିଛନ୍ତି କୋର୍ଟ।

ଗତ ୯ ତାରିଖରେ ମୁମ୍ବାଇ ପାଲେ ହିଲ୍‌ରେ କଙ୍ଗନାଙ୍କ ଅଫିସ୍‌କୁ ବିଏମ୍‌ସି ଭାଙ୍ଗିଥିଲା। ବେଆଇନ ନିର୍ମାଣ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

You might also like