ସୁଶାନ୍ତଙ୍କ ମୃତ୍ୟୁ ନେଇ ଥମୁନି ବିବାଦ; ଗଣମାଧ୍ୟମ ଉପରେ ବି ବର୍ଷିଲେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସୋସିଆଲ ମିଡିଆରେ ବଲିଉଡ୍‌ର ବହୁ ନାମୀଦାମୀ ଓ ପ୍ରତିଷ୍ଠିତ କଳାକାର ଏବଂ ପ୍ରଡକସନ ହାଉସ ବିରୋଧରେ ଆକ୍ରୋଶ ଜାରି ରହିଛି। ଟ୍ୱିଟର ପେଜରେ ବିଭିନ୍ନ ଟୀକା ଟିପ୍ପଣୀ ଦେବା ସହ ସୁଶାନ୍ତଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହାସହ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ଲୋକେ। ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ଓ ବଲିଉଡକୁ ଦୋଷ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ।

ଜୁନ୍ ୧୪ରେ ହିନ୍ଦୀ ଚଳଚିତ୍ର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ବୋଲି ସୁଶାନ୍ତ ସିଂହ ରାଜପୁତ ନାଁରେ ହାସ ଟ୍ୟାଗ କରି ଟ୍ୱିଟର ପେଜ୍‌ରେ ମତ ପ୍ରକାଶ ପାଇଛି।

ଟ୍ୱିଟରରେ ଏବେ ସୁଶାନ୍ତଙ୍କ ସପକ୍ଷରେ ବିଭିନ୍ନ କଥା ଟ୍ରେଣ୍ଡ କରୁଛି। ସୁଶାନ୍ତ ବଲିଉଡରେ ଚାଲିଥିବା ନେପୋଟିଜିମ୍, ସୁପାରିଶ୍ ଓ ଉତ୍ପୀଡ଼ନାର ଶିକାର ହୋଇଛନ୍ତି ବୋଲି ଅନେକ ମତ ଦେଇଛନ୍ତି। ଏନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ନିଜ ଟ୍ୱିଟର ପେଜ୍‌ରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି ବିଭିନ୍ନ ଦିଗ ପ୍ରତି ଆଙ୍ଗୁଳି ଉଠାଇଛନ୍ତି। ଗଣମାଧ୍ୟମ ମଧ୍ୟ ସୁଶାନ୍ତଙ୍କୁ ନିର୍ଯାତନା ଦେଇଛି ବୋଲି କଙ୍ଗନା କହିଛନ୍ତି।

ବିଭିନ୍ନ ସମୟରେ ସୁଶାନ୍ତଙ୍କ ବିରୋଧରେ କିପରି ମିଛ ଓ ମନଗଢ଼ା କାହାଣୀମାନ ଛପା ଯାଉଥିଲା, ତାର ଏକ ଚିଠା ଦେଇଛନ୍ତି କଙ୍ଗନା। ମିଛ ଖବର ଛାପି ଖବରକାଗଜଗୁଡ଼ିକ କିପରି ତାଙ୍କ ଚରିତ୍ର ସଂହାର କରିବାକୁ ଉଦ୍ୟମ କରୁଛନ୍ତି ତାହା ବି ଦର୍ଶାଇଛନ୍ତି ସେ।

ଫିଲ୍ମ ଇଣ୍ଡଷ୍ଟ୍ରିର ତଥାକଥିତ ପ୍ରଡ୍ୟୁସର ଓ ପ୍ରଡକସନ ହାଉସକୁ ମୁଭି ମାଫିଆ ନାଁ ଦେବା ସହ ସେମାନେ କିପରି ସୁଶାନ୍ତଙ୍କ ଉତ୍ପୀଡ଼ନ ଦେଇଥିଲେ ସେ କଥା ମଧ୍ୟ କଙ୍ଗନା କହିଛନ୍ତି। ମୁଭି ମାଫିଆମାନେ ସୁଶାନ୍ତଙ୍କୁ କେବଳ ବ୍ୟାନ୍‌ କରିନଥିଲେ, ବରଂ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିଲେ ବୋଲି କଙ୍ଗନା କହିଛନ୍ତି। କେତେକ ସାମ୍ବାଦିକ ଷ୍ଟାର କିଡ୍ସଙ୍କ ପ୍ରରୋଚନାରେ ଦୃଢ଼ ଭାବେ ସୁଶାନ୍ତଙ୍କୁ ବଦନାମ କରୁଥିଲେ ବୋଲି କଙ୍ଗନା କହିଛନ୍ତି।

କଙ୍ଗନାଙ୍କ ଭଳି ସମାନ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ। ବଲିଉଡର ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଦୁଇ ମାଫିଆଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଆଗକୁ କେହି ଜଣେ କଣ୍ଠଶିଳ୍ପୀ କିମ୍ବା ସଂଗୀତ ନିର୍ଦ୍ଦେଶକ ଯେ ଆତ୍ମହତ୍ୟା ନ କରିବେ ତାହା କହିହେବ ନାହିଁ ବୋଲି ସୋନୁ କହିଛନ୍ତି।

ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ନେଇ ମୁମ୍ବାଇ ପୋଲିସ ତଦନ୍ତ କରୁଛି। ସୁଶାନ୍ତଙ୍କ ତଥାକଥିତ ବାନ୍ଧବୀ ଅଭିନେତ୍ରୀ ଚକ୍ରବର୍ତ୍ତିଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଛି ମୁମ୍ବାଇ ପୋଲିସ।

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

You might also like