ତନୁଶ୍ରୀଙ୍କ ପରେ କଙ୍ଗନା ଖୋଲିଲେ ଆଉ ଏକ ଗୁମର

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲିଉଡ କ୍ୱିଇନ୍ କଙ୍ଗନା ରାଣାୱାତ୍। ‘କ୍ୱିନ୍‌’ ଫିଲ୍ମର ନିର୍ଦ୍ଦେଶକ ତଥା ଫାଣ୍ଟମ୍ ପ୍ରଯୋଜନା ସଂସ୍ଥାର ଜଣେ ସଂସ୍ଥାପକ ସଦସ୍ୟ ବିକାଶ ବହଲ୍‌ଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି କଙ୍ଗନା। ବିକାଶ ବହଲଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ ସେ ଏହି ଅଭିଯୋଗ ଆଣିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ,୨୦୧୪ରେ କ୍ୱିଇନ୍‌ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ବିକାଶ କଙ୍ଗନାଙ୍କୁ କାଜୁଆଲ୍‌ ସେକ୍ସ ବିଷୟରେ କହୁଥିଲେ। ଖାଲି ସେତିକି ନୁହଁ, ପବ୍ଲିକ୍‌ରେ ମିଳାମିଶା କରୁଥିବା ସମୟରେ ବିକାଶ ସବୁବେଳେ କଙ୍ଗନାଙ୍କ ପ୍ରତି ଅସୌଜନ୍ୟ ଆଚରଣ କରୁଥିଲେ।

ଜାତୀୟସ୍ତରର ଗଣମାଧ୍ୟମ ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତ୍‌କାରରେ କଙ୍ଗନା ଏହି କେଲେଙ୍କାରୀର ରାଜ୍‌ ଖୋଲିଛନ୍ତି। ବିକାଶ ପ୍ରତ୍ୟେକ ରାତିରେ ପାର୍ଟି କରୁଥିଲେ। କଙ୍ଗନା ସେଥିରେ ଯୋଗ ନ ଦେଲେ ସେ ତାଙ୍କୁ ଅପମାନିତ କରୁଥିଲେ ବୋଲି କଙ୍ଗନା କହିଛନ୍ତି।

ପ୍ରକାଶ ଥାଉକି, ୨୦୧୫ରେ ତିଆରି ହୋଇଥିବ ଫିଲ୍ମ ‘ବମ୍ବେ ଭେଲ୍‌ଭେଟ୍‌’ର ପ୍ରମୋଶନ୍‌ ଟୁର୍‌ ସମୟରେ ଜଣେ ମହିଳା ସଦସ୍ୟ ବିକାଶଙ୍କ ନାଁରେ ଯୌନଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ପୀଡ଼ିତାଙ୍କୁ ସମର୍ଥନ କରିଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ଏହି ଘଟଣାକୁ କଙ୍ଗନା ସାକ୍ଷାତକାରରେ କହିଛନ୍ତି।

 

You might also like
Comments
Loading...