ରିଲିଜ୍ ହେଲା ‘କଲଙ୍କ’ର ଟିଜର : ଦୀର୍ଘ ୨୨ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ
ମୁମ୍ବାଇ : ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ’ର ଟିଜର ରିଲିଜ୍ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ। ‘କଲଙ୍କ’ରେ ବରୁନ୍ ଧୱନ୍, ଆଲିଆ ବଟ୍ଟ, ମାଦୁରୀ ଦିକ୍ଷୀତ୍, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଫିଲ୍ମ ଟିଜର ରିଲିଜ୍ ହେବା ପରେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଦର୍ଶକ ଏହି ଟିଜରକୁ ଖୁବ୍ ପସନ୍ଦ କରିଛନ୍ତି। ଏହାସହ ଦର୍ଶକ ଏହି ଫିଲ୍ମକୁ ବ୍ଲକ୍ ବଷ୍ଟରର ମାନ୍ୟତା ଦେଇସାରିଛନ୍ତି। ଏମିତିକି ଅନେକ ପ୍ରତିକ୍ରିୟା ମଧ୍ୟ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି।
ଜଣେ ୟୁଜର ଲେଖିଛନ୍ତି, ‘ଫିଲ୍ମ ଟିଜର ଦେଖି କାନ୍ଦ ଲାଗିଲା। ଫିଲ୍ମ ଟି ବ୍ଲକ୍ ବଷ୍ଟର ହେବ।’
ଆଉ ଜଣେ ଲେଖିଛନ୍ତି, ‘ପ୍ରେମ, ସମ୍ପର୍କ, ବଳିଦାନ ଓ ଯନ୍ତ୍ରଣାର କାହାଣୀ ହେଉଛି ‘କଲଙ୍କ’। ଫିଲ୍ମର ଡାଇଲଗ୍ ଖୁବ୍ ଜହବରଦସ୍ତ ରହିଛି। ।’’
ଫିଲ୍ମଟି ୮୦ କୋଟି ବଜେଟ୍ରେ ନିର୍ମିତ ହୋଇଥିବା ଜଣାପଡ଼ିଛି। ପିଲ୍ମଟି ୧୭ ଏପ୍ରିଲ୍ରେ ରିଲିଜ୍ ହେବ। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରନ୍ ଜୋହର ଓ ସାଜିଦ୍ ନଡିୟାୱାଲା।
ପିଲ୍ମରେ ସଞ୍ଜୟଦତ୍ତ ଓ ମାଧୁରୀ ଦିକ୍ଷୀତ୍ ଦୀର୍ଘ୨୨ ବର୍ଷ ପରେ ଏକାଠି ପରଦାରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଦୁହିଁଙ୍କୁ ଫିଲ୍ମ ‘ମହାନତା’ରେ ଦେଖିବାକୁ ମିଳିଥିଲା।
ସଞ୍ଜୟ ଦତ୍ତ ଓ ମାଧୁରୀ ଦିକ୍ଷୀତ୍ଙ୍କ ଯୋଡ଼ି ବଲିଉଡ୍ର ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଦୁହିଁଙ୍କ ଆଫେୟାର୍କୁ ନେଇ ବଲିଉଡ୍ରେ ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁହିଁଙ୍କ ସମ୍ପର୍କ ଭାଙ୍ଗିବା ପରେ ଦୁହେଁ ପରଦାରେ ବି ଆଉ ଏକାଠି ଅଭିନୟ କରିନଥିଲେ। ତେବେ ଏହି ଫିଲ୍ମ ଜରିଆରେ ଦୁହେଁ ୨୨ ବର୍ଷ ପରେ ଏକାଠି ଅଭିନୟ କରୁଛନ୍ତି।
ଟିଜର ରିଲିଜ୍ ଅବସରରେ ଯେତେବେଳେ ସଞ୍ଜୟଙ୍କୁ ପଚରା ଯାଇଥିଲା, ଏତେବର୍ଷ ପରେ ମାଧୁରୀଙ୍କ ସହ କାମ କରି କେମିତି ଅନୁଭବ ହେଉଛି ? ଏଥିରେ ସଞ୍ଜୟ କହିଥିଲେ, ‘‘ମାଧୁରୀ ମାମ୍ ଓ ପୂରା ଟିମ୍ ସହ କାମ୍ କରିବାର ଅନୁଭବ ଖୁବ୍ ଭଲ ଥିଲା।’’