‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ମୁମ୍ବାଇ: ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ। କିନ୍ତୁ ମ୍ୟାରେଜ୍‌ ପୂର୍ବରୁ ଉଭୟ ବହୁତ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଉଭୟ ବିତାଉଥିବା ସବୁ ମୁହୂର୍ତ୍ତ ସୋସିଆଲ ମିଡିଆରେ ସେୟାର କରିବାକୁ ପଛାଉନାହାନ୍ତି।

କିଛି ଦିନର ବ୍ୟବଧାନ ପରେ ଏହି ଯୋଡ଼ି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ହେବା ସହ ଫଟୋ ମଧ୍ୟ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ ‘’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’।

 

View this post on Instagram

 

Happy Dussehra from us to you ! @kitchlug #kajgautkitched

A post shared by Kajal Aggarwal (@kajalaggarwalofficial) on

କାଜଲ ଓ ଗୌତମ ଦୁହେଁ ଏକାଠି ଥିବା ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ, ଆମ ତରଫରୁ ଦଶହରାର ଶୁଭେଚ୍ଛା। ସେହିପରି କାଜଲଙ୍କ ଭାବି ସ୍ୱାମୀ ଗୌତମ କିଚ୍‌ଲୁ ନିଜ  ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ସମାନ ଗ୍ଲାସ୍ ଥିବା ଫଟୋକୁସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’।

 

View this post on Instagram

 

Pre-wedding festivities 🥂 #kajgautkitched

A post shared by Gautam Kitchlu (@kitchlug) on


ସେହିପରି କାଜଲଙ୍କ ଭଉଣୀ ନିଶା ଅଗ୍ରଓୱାଲ ମଧ୍ୟ ପୂଜା ଅବସରରେ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ନିଶା, କାଜଲ ଓ ତାଙ୍କ ମା, ଗୌତମ ମଧ୍ୟ ଫଟୋରେ ଅଛନ୍ତି ଓ ଅନ୍ୟ ଏକ ଫଟୋରେ କାଜଲ, ନିଶା ଓ ତାଙ୍କ ମା ଅଛନ୍ତି।

 

View this post on Instagram

 

Pre-wedding festivities 🥂 #kajgautkitched

A post shared by Gautam Kitchlu (@kitchlug) on

 

View this post on Instagram

 

Pre-wedding festivities 🥂 #kajgautkitched

A post shared by Gautam Kitchlu (@kitchlug) on


ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ସେ ତାଙ୍କର ମ୍ୟାରେଜ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ କହିଥିଲେ ଯେ, ”ଏହା ମୋତେ ଖହିବାକୁ ଖୁସି ଲାଗୁଛି ଯେ ମୁଁ ଆସନ୍ତା ଅକ୍ଟୋବର ୩୦ରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛି। ଏହି ବିବାହ କେବଳ ପରିବାର ଗହଣରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ମହାମାରୀ ଆମର ଖୁସି ଛଡ଼ାଇ ନେଇଛି କିନ୍ତୁ ଆମେ ପୁଣି ଥରେ ସୁନ୍ଦର ଜୀବନ ଆରମ୍ଭ କରିବୁ। ଏହି ଅବସରରେ ଆପଣମାନେ ଆମକୁ ହୃଦୟର ସହ ଉତ୍ସାହିତ କରିବେ ବୋଲି ମୋର ଆଶା।”

 

View this post on Instagram

 

Pre-wedding festivities 🥂 #kajgautkitched

A post shared by Gautam Kitchlu (@kitchlug) on


ପ୍ରକାଶଥାଉକି, କାଜଲ ଅଗ୍ରୱାଲ ପ୍ରଥମେ ତାମିଲ ଓ ତେଲୁଗୁ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ପରେ ବଲିଉଡ୍‌ରେ ପାଦ ଥାପିଥିଲେ। ହିନ୍ଦୀ ଫିଲ୍ମ ସିଙ୍ଘମ ଓ ସ୍ପେଶାଲ-୨୬ରେ ସେ ଅଭନେତ୍ରୀ ଭାବେ ନଜରକୁ ଆସିଥିଲେ। ଗୋତମ କିଚ୍‌ଲୁ ହୋମ୍‌ ଇଣ୍ଟେରିୟର ଡିଜାଇନ୍‌ ଲେବଲ୍‌ ଡିସସର୍ଣ୍ଣ ଲିଭିଂର ପ୍ରତିଷ୍ଠାତା।

ଆହୁରି ପଢ଼ନ୍ତୁ

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

You might also like