ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ…

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ୍‌ ଗୌତମ କିଚଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ଏହି ବିବାହରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା।

କାଜଲ ଓ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍‌ ଖୁସିଥିବା ନଜର ଆସିଛି। ରିଲେସନ୍‌ଶିପ୍‌କୁ ନେଇ ଉଭୟ କିଛିଦିନ ହେବ ଚର୍ଚ୍ଚାରେ ଥିଲେ।

ୱେଡିଂ ଲେହେଙ୍ଗାରେ କାଜଲ ବେଶ୍‌ ସୁନ୍ଦର ଦିଶୁ ଥିବାବେଳେ ମୁଣ୍ଡରେ ସୁନାର ଏକ ମଥା ପଟ୍ଟୀ ପିନ୍ଧିଥିଲେ। ଗୌତମ ମଧ୍ୟ ଏକ ସୁନ୍ଦର ଶେର୍‌ୱାନି ପିନ୍ଧିଥିଲେ।

 

View this post on Instagram

 

Exclusive 💃🏻🙈🥳 @kajalaggarwalofficial #kajalaggarwal #kajgautkitched

A post shared by KajPriya💫 (@kajpriya) on

ବିବାହ ପୂର୍ବରୁ କାଜଲଙ୍କ ସଙ୍ଗୀତ, ମେନ୍ଦେନ୍ଦୀ ଓ ହଳଦୀ ସେରେମୋନି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। କାଜଲ ମଧ୍ୟ ବିବାହ ପୂର୍ବରୁ ଦୁଲ୍‌ହନ୍‌ ବେଶରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଲେଖିଥିଲେ, ‘ଝଡ଼ ପୂର୍ବରୁ ଶାନ୍ତ’।

 

View this post on Instagram

 

Calm before the storm 🤍#kajgautkitched

A post shared by Kajal Aggarwal (@kajalaggarwalofficial) on

 

View this post on Instagram

 

#kajgautkitched 💛

A post shared by Kajal Aggarwal (@kajalaggarwalofficial) on

 

View this post on Instagram

 

🧿 #kajgautkitched 🧿

A post shared by Kajal Aggarwal (@kajalaggarwalofficial) on

ଆହୁରି ପଢ଼ନ୍ତୁ: ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ଗୌତମ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ସେ ତାଙ୍କର ମ୍ୟାରେଜ ନେଇ ସୋସିଆଲ ମିଡିଆରେ ଶେଆର କରିଥିଲେ। ସେ କହିଥିଲେ ଯେ, “ଏହା ମୋତେ ଖହିବାକୁ ଖୁସି ଲାଗୁଛି ଯେ ମୁଁ ଆସନ୍ତା ଅକ୍ଟୋବର ୩୦ରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛି। ଏହି ବିବାହ କେବଳ ପରିବାର ଗହଣରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ମହାମାରୀ ଆମର ଖୁସି ଛଡ଼ାଇ ନେଇଛି କିନ୍ତୁ ଆମେ ପୁଣି ଥରେ ସୁନ୍ଦର ଜୀବନ ଆରମ୍ଭ କରିବୁ। ଏହି ଅବସରରେ ଆପଣମାନେ ଆମକୁ ହୃଦୟର ସହ ଉତ୍ସାହିତ କରିବେ ବୋଲି ମୋର ଆଶା।”

 

View this post on Instagram

 

♾🙏🏻

A post shared by Kajal Aggarwal (@kajalaggarwalofficial) on

 

View this post on Instagram

 

Happy Dussehra from us to you ! @kitchlug #kajgautkitched

A post shared by Kajal Aggarwal (@kajalaggarwalofficial) on

ପ୍ରକାଶଥାଉକି, କାଜଲ ଅଗ୍ରୱାଲ ପ୍ରଥମେ ତାମିଲ ଓ ତେଲୁଗୁ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ପରେ ବଲିଉଡ୍‌ରେ ପାଦ ଥାପି ଥିଲେ। ହିନ୍ଦୀ ଫିଲ୍ମ ସିଙ୍ଘମ ଓ ସ୍ପେଶାଲ-୨୬ରେ ସେ ଅଭନେତ୍ରୀ ଭାବେ ନଜରକୁ ଆସିଥିଲେ। ଗୌତମ କିଚ୍‌ଲୁ ହୋମ୍‌ ଇଣ୍ଟେରିୟର ଡିଜାଇନ୍‌ ଲେବଲ୍‌ ଡିସସର୍ଣ୍ଣ ଲିଭିଂର ପ୍ରତିଷ୍ଠାତା।

You might also like