ଷ୍ଟେଜ୍ ଉପରେ ଜଜ୍‌ ନେହା କକ୍କରକୁ ଜବରଦସ୍ତ କିସ୍ କଲେ ପ୍ରତିଯୋଗୀ; ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ୱାଇ : ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ପ୍ରଥମେ ଜଣେ ଯୁବକ ଷ୍ଟେଜ୍‌ ଉପରେ ଦମ୍‌ଦାର ଗୀତ ଗାଇ ବିଚାରକଙ୍କ ମନକଣିଦେଲେ। ସବୁ ଜଜ୍‌ ମଧ୍ୟ ପ୍ରତିଯୋଗୀଙ୍କୁ ଖୁବ୍ ପ୍ରଶଂସା କଲେ। କିନ୍ତୁ ହଠାତ୍ ଏହି ଯୁବକ ନେହା କକ୍କରଙ୍କୁ କହିଲେ,’ମୋତେ ଚିହ୍ନିପାରୁଛନ୍ତି?’ ଏତିକି କହି ନେହାଙ୍କୁ କୁଣ୍ଢାଇ ଧରିବା ସହିତ ତାଙ୍କ ଗାଲକୁ କିସ୍‌ କରିଦେଲେ। ଏହି ଘଟଣା ପରେ ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଗଲେ। ଆମେ କହୁଛୁ ସୋନି ଟିଭିର ଲୋକପ୍ରିୟ ମ୍ୟୁଜିକ୍‌ ରିୟାଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌-୧୧ କଥା।

ଇଣ୍ଡିଆନ୍‌ ଆଇଡଲ୍‌ ଦେଶରେ ବେଶ୍‌ ଲୋକପ୍ରିୟ ହେବା ପରେ ଏହା ୧୧ତମ ସଂସ୍କରଣ ଖୁବ୍‌ଶୀଘ୍ର ଟିଭି ପରଦାକୁ ଆସିବାକୁ ଯାଉଛି। ତେବେ ଏଥିପାଇଁ ବର୍ତ୍ତମାନ ଅଡିସନ୍ ଚାଲିଛି। ଏଥିରେ ଜଜ୍ ଥିବା ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ପ୍ରତିଯୋଗୀଙ୍କ ଅଡିସନ୍‌ ନେଉଥିବା ବେଳେ ଜଣେ ଯୁବକ ନେହାଙ୍କ ସହିତ ଏଭଳି କାଣ୍ଡ ଘଟାଇଛନ୍ତି।

ଅଡିସନ୍‌କୁ ଆସିଥିବା ଏହି ଯୁବକ କିସ୍‌ କରୁଥିବା ସୟର ଭିଡିଓକୁ ସୋନି ଟିଭି ତାର ଅଫିସିଆଲ୍‌ ଇନଷ୍ଟାଗ୍ରାମ୍‌ରେ ସାଇଟ୍‌ରେ ଅପଲୋଡ୍‌ କରିଛି।

ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଥିଲେ। ନେହାଙ୍କୁ ଭେଟିବା ପରେ ପ୍ରଥମେ ପ୍ରତିଯୋଗୀ ଜଣକ ଉପହାର ସବୁ ଦେଇ ତାଙ୍କୁ ଆଲିଙ୍ଗନ କରି ହଠାତ୍‌ ଚୁମ୍ୱନ ଦେଇଛନ୍ତି। ଏହାପରେ ନେହା ଲାଜରେ ନିଜ ମୁହଁକୁ ଲୁଚାଇ ଦେଉଛନ୍ତି। ଏପରିକି ନେହାଙ୍କୁ ଚୁମ୍ୱନ ଦେବା ପାଇଁ ହୋଷ୍ଟ ଆଦିତ୍ୟ ନାରାୟଣ ବାରଣ କରିବା ସତ୍ତ୍ୱେ ମଧ୍ୟ ପ୍ରତିଯୋଗୀ ଜଣକ ଶୁଣିନଥିଲେ।
You might also like