୪୭ ବର୍ଷରେ ଜେଜେ ହେବେ ଜନ ଆବ୍ରାହମ୍ !

ମୁମ୍ବଇ: ଜେଜେ ହେବେ ଜନ୍।  ବିଶ୍ୱାସ ହେଉନି? ଆମେ କିନ୍ତୁ କହୁଛୁ ଏକଦମ୍‌ ସତକଥା । ଜନ ଆବ୍ରାହମ୍ ଜେଜେବାପା ହେବାକୁ ଯାଉଛନ୍ତି । ତେବେ ଏହି ୪୭ ବର୍ଷୀୟ ବଲିଉଡ୍ ଅଭିନେତା କେମିତି ଜେଜେ ବାପା ହେବାକୁ ଯାଉଛନ୍ତି ଜାଣନ୍ତି !
ରିୟଲ ଲାଇଫରେ ନୁହେଁ, ରିଲ୍‌ ଲାଇଫରେ ଜେଜେବାପା ହେବେ ଜନ୍ ।

ଅର୍ଜୁନ୍ କପୁରଙ୍କର କାସ୍ଓ୍ୱି ନାୟାରଙ୍କ ନିର୍ଦ୍ଦେଶିତ ଅପକମିଂ ଫିଲ୍ନରେ ଅର୍ଜୁନ କପୁରଙ୍କ ଜେଜେବାପା ହେବେ ଜନ୍ ଆବ୍ରାହମ୍ ଏବଂ ଜେଜେମା ହେବେ ଅଦିତି ରାଓ ହାଇଦରି । ଫିଲ୍ମର ନାଁ ସ୍ଥିର ହୋଇନଥିଲେ ବି, ଜନ୍‌ଙ୍କ ସହ ନିଜର ଫାଷ୍ଟ ଲୁକ୍କକୁ ସୋସିଆଲ୍ ମିିଡିଆରେ ସେୟାର୍ କରିଛନ୍ତି ନିଜେ ଅଦିତି ।

ସେ ଲେଖିଛନ୍ତି ଟୁ ନିୟୁ ବିଗିନିଙ୍ଗ୍- ଅର୍ଥାତ୍ ଦୁଇଟି ନୂଆ ଆରମ୍ଭ।  ୧୯୪୭ର ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ନରେ ଅର୍ଜୁନ୍ କପୁରଙ୍କ ବିପକ୍ଷରେ ନଜର ଆସିବେ ଦେ ଦେ ପ୍ୟାର୍ ଦେ ଫେମ୍ ରକୁଲ୍ ପ୍ରିତ୍ ସିଂ । ନିକଟରେ ଫିଲ୍ମର ସୁଟିଂ ବି ଆରମ୍ଭ ହୋଇଛି। କରୋନା କଟକଣା ମାନି ଫିଲ୍ନର ସୁଟିଂ ଆରମ୍ଭ ହୋଇଥିବା ବେଳେ, ଏହା ଏକ କ୍ରସ୍ ବର୍ଡର୍ ଲଭ୍ ଷ୍ଟୋରି ବା ସୀମା ପାର୍ ପ୍ରେମ କାହାଣୀ ବୋଲି ଜଣାପଡ଼ିଛି ।

ଏଥିରେ ସମାନ୍ତରାଳ ଭାବେ ଦୁଇଟି ପିଢ଼ି ଅର୍ଥାତ୍ ନାତି ଅର୍ଜୁନ କପୁର ଓ ଜେଜେ ଜନ୍ ଆବ୍ରାହମଙ୍କ ପ୍ରେମ କାହାଣୀ ଆଗକୁ ବଢ଼ିବ ।ଫାଷ୍ଟ ଲୁକ୍‌ରେ ପଗ଼଼ଡିରେ ନଜର ଆସିଛନ୍ତି ଜନ୍ ଆବ୍ରାହମ୍ । ଏଥିରେ ସେ ପ୍ରଥମ ଥର ପାଇଁ ଶିଖ୍ ଧର୍ମାବଲମ୍ବୀଙ୍କ ଚରିତ୍ରରେ ଅଭିନୟ କରିବେ । ଶେଷଥର ପାଇଁ ପାଗଲପନ୍ତିରେ ଜନ୍ ନଜର ଆସିଥିବା ବେଳେ, ଆଗକୁ ଆସୁଛି ତାଙ୍କ ଫିଲ୍ମ ସତ୍ୟମେବ ଜୟତେ-ଟୁ, ମୁମ୍ବାଇ ସାଗା ଓ ଆଟାକ୍  ।

You might also like