ଜିଓ ସିନେମାରେ ଦକ୍ଷିଣ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: କୋଟି କୋଟି ଜିଓ ଉପଭୋକ୍ତା ତଥା ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀଙ୍କ ପାଇଁ ଜିଓ ସିନେମା ଆଣିଛି ବିଶେଷ ସୁବିଧା। ସନ୍‌ଟିଭି ନେଟୱାର୍କର ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ସନ୍‌ ନେକ୍ସଟ (Sun NXT) ସହଭାଗିତାରେ ଜିଓ ସିନେମା ଦେଶବ୍ୟାପି ଜିଓ ଉପଭୋକ୍ତାଙ୍କ ପାଇଁ ଶ୍ରେଷ୍ଠ ଦକ୍ଷିଣ ଭାରତୀୟ ଫିଲ୍ମ ଉପଲବ୍ଧ କରାଇବ। ଦକ୍ଷିଣ ଭାରତୀୟ ପ୍ରମୁଖ ୪ଟି ଭାଷା ତାମିଲ୍, ତେଲ୍‌ଗୁ, କନ୍ନଡ ଏବଂ ମାଲାୟଲାମ୍‌ ଭାଷାରେ ସନ୍‌ ନେକ୍ସଟରେ ଉପଲବ୍ଧ ସମସ୍ତ ଫିଲ୍ମ ଜିଓ ସିନେମାରେ ଉପଲବ୍ଧ ହେବ।

ଜିଓ ସିନେମାର ‘ସୁପର ସାଉଥ ସ୍ୱାଗ’ ଜରିଆରେ ଜିଓ ଉପଭୋକ୍ତାମାନେ ସେମାନଙ୍କ ମନ ପସନ୍ଦର ଫିଲ୍ମଷ୍ଟାର ଯେମିତି ରଜନୀକାନ୍ତ, ଇଲାୟାଥଲପଥୀ ବିଜୟ, ଅର୍ଜ୍ଜୁନ, ଥାଲା ଅଜିତ୍‌ କୁମାର, ମାମ୍ମୁଟି, ମହେଶବାବୁଙ୍କ ପରି ଅନେକ ଲୋକପ୍ରିୟ ସାଉଥ ଷ୍ଟାରଙ୍କ ଫିଲ୍ମ ଦର୍ଶକ ଦେଖିପାରିବେ। ମୋବାଲଇ ଆପ୍‌ ଅବା ୱେବ ସାଇଡ୍‌ରେ ଟଲିଉଡ, କଲଉଡ, ସାଣ୍ଡାଲଉଡ୍‌, ମଲ୍ଲିଉଡ୍‌ରୁ ଦକ୍ଷିଣ ଭାରତୀୟ ଫିଲ୍ମଷ୍ଟାରଙ୍କ କ୍ୟାଟଲଗ୍‌ରୁ ଏହାକୁ ଦେଖିପାରିବେ।

ସୂଚନାଥାଉ କି, ୧୦,୦୦୦ରୁ ଅଧିକ ଫିଲ୍ମ, ୧ ଲକ୍ଷରୁ ଅଧିକ ଧାରାବାହିକ, ମୂଳ ଭିଡିଓ ସମେତ ବ୍ୟାପକ ସମ୍ଭାର ଜିଓ ସିନେମାରେ ଉପଲବ୍ଧ ହେଉଛି। ଏବେ ସନ୍‌ ନେକ୍ସଟ ମୁଭି କ୍ୟାଟଲଗ୍‌ ଏଥିସହ ଯୋଡ଼ି ହେବା ପରେ ଏହାର ଉପଭୋକ୍ତାଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇଛି।

 

 

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

କାହିଁକି ନିକ୍‌ଙ୍କୁ ଡେଟ୍‌ କରିବାକୁ ପସନ୍ଦ କଲେ ପ୍ରିୟଙ୍କା ?

ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

କପିଲ ଶର୍ମାଙ୍କ କୋଳରେ କୁନି ଝିଅ-ଫଟୋ ଭାଇରାଲ

କିଏ ଏହି ଟିକ୍‌ଟକ୍‌ ଡାନ୍ସର ? ଜାଣିବାକୁ ଚାହୁଁଛନ୍ତି ହ୍ରିତିକ୍‌

କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

You might also like