ଘଣ୍ଟ ଓ ତାଳି ବଜାଇଲେ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ସ୍ପଟ୍ ଉପରେ କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସେଲିବ୍ରିଟି ଜଣାଇଲେ କୃତଜ୍ଞତା। ବଲିଉଡ୍ ସେଲିବ୍ରିଟିମାନେ ଜନତା କର୍ଫ୍ୟୁ ପାଇଁ ଆଜି ଦିନ ତମାମ୍ ଘରେ ରହିବା ସହ ଅପରାହ୍ଣ ୫ଟାରେ ତାଳି, ଘଣ୍ଟି ଆଦି ବଜାଇଥିଲେ।


ବିଗ୍ ବି ଅମିତାଭ ବଚ୍ଚନ ଛାତ ଉପରେ ତାଳି ବଜାଇଥିଲେ। ତାଙ୍କ ସହ ବୋହୂ ଐଶ୍ୱର୍ଯ୍ୟା, ନାତୁଣୀ ଆରାଧ୍ୟା ଓ ପରିବାରର ଅନ୍ୟ ସଦସ୍ୟ ସାମିଲ ହୋଇଥିଲେ। ଆରାଧ୍ୟା ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

#RanveerSingh #DeepikaPadukone #CoronaVirus #IndiaFightsCorona #ManavManglani @manav.manglani

A post shared by Manav Manglani (@manav.manglani) on


ସେପଟେ ନିଜ ବାଲକୋନୀରେ ରଣବୀର ସିଂ ଓ ଦୀପିକା ପାଦୁକୋନ୍ ତାଳି ବଜାଇଥିଲେ। ରଣବୀରଙ୍କୁ ଖୁବ୍ ଜୋଶରେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା।

ସମୁଦ୍ର ବେଳାଭୂମିରେ ହ୍ରିତିକ ରୋଶନ ଓ ଅକ୍ଷୟ କୁମାର ତାଳି ବଜାଇଥିଲେ। ଷ୍ଟାରମାନଙ୍କୁ ଦେଖି ତାଙ୍କର ବହୁ ପ୍ରଶଂସକ ବି ତାଳି ବଜାଉଥିବା ଦେଖିବାକୁ ମିଳିଥିଲା। ସେପଟେ ନିଜ ଘର ବାଲକୋନିରେ ଥାଳି ପିଟିଥିଲେ ଅଭିନେତ୍ରୀ କିଆରା ଆଡଭାଣୀ।


ସେହିପରି ବଲିଉଡ୍  ଅଭିନେତା ବରୁଣ ଧାଓ୍ୱନ୍, ଡେଭିଡ୍  ଧାଓ୍ୱନ୍, ସେପଟେ ସୋନୁ ନିଗମ, ଅନୁପମ ଖେର, କରନ ଜୋହର ଓ ଅର୍ଚ୍ଚନା ପୁରଣ ସିଂହ ନିଜ ନିଜ ଘର ଉପରେ ରହି ଘଣ୍ଟ ସହ ତାଳି ବଜାଇଛନ୍ତି। ସଲମାନ ଖାନ ମଧ୍ୟ କରୋନା ମୁକାବିଲା ପାଇଁ ଅହରହ କାର୍ଯ୍ୟ କରୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ସଚେତନ ରୁହ, ନହେଲେ ନିଆଁ ଭଳି ମାଡ଼ିଯିବ କରୋନା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଛୁଇଁଲା

You might also like