ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ:ବଲିଉଡ ଆକ୍ଟ୍ରିସ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିସ୍‌  ଅଭି‌ନୟ ପାଇଁ ଯେତିକି ଚର୍ଚ୍ଚିତ ନିଜର ଦରିଆ ଦିଲ୍‌ ପାଇଁ ବି ସେତିକି ଚର୍ଚ୍ଚିତ।  ନିଜ ଖୁସି ନୁହେଁ, ବଲିଉଡ୍‌ର ସନ୍‌ସାଇନ୍‌ ଗର୍ଲ ଜ୍ୟାକ୍‌ଲିନ୍‌ ଅନ୍ୟ ଖୁସିର ବି ମୂଲ୍ୟ ବି ବୁଝି ପାରନ୍ତି। ନିକଟରେ ପୂଜା  ଅବସରରେ ଜ୍ୟାକ୍‌ଲିନ ତାଙ୍କ ଷ୍ଟାଫ ମେମ୍ବରଙ୍କୁ କାର ଗିଫ୍ଟ ଆକାରରେ ଦେଇଛନ୍ତି। ସୋଶାଲ ମିଡିଆରେ ଜ୍ୟାକ୍‌ଲିନ୍‌ଙ୍କର ଏହି କାମକୁ ନେଇ ବେଶ ପ୍ରଶଂସାର ସୁଅ ଛୁଟିଛି। ଏହାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  ଫଟୋ ଓ ଭିଡିଓରେ ଜ୍ୟାକ୍‌ଲିନ ଷ୍ଟାଫ୍‌ଙ୍କୁ କାରର ଚାବି ଦେଉଥିବା ଦେଖିବାକୁ ମିଳିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଦଶହରା ଶୁଭ ଅବସରରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ ତାଙ୍କ କର୍ମଚାରୀଙ୍କ ମଧ୍ୟରୁ ଜଣକୁ ସରପ୍ରାଇଜ ଗିଫ୍ଟ ଦେଇଥିଲେ। ତେବେ ଏହି କାର ଡେଲିଭରି କେବେ ହେବ ସେ ଜାଣନ୍ତି ନାହିଁ। ସବୁଠାରୁ ମଜା କଥା ହେଉଛି, ଏକ ଶୁଟିଂ ସେଟ୍‌ରେ ଜ୍ୟାକ୍‌ଲିନ ଏହି ଗିଫ୍ଟ  ପ୍ରଦାନ କରିଛନ୍ତି। ଭିଡିଓରେ ଜ୍ୟାକ୍‌ଲିନ୍‌ଙ୍କୁ ଟ୍ରାଫିକ ପୋଲିସ ଇନ୍ସପେକ୍ଟର ୟୁନିଫର୍ମରେ ଦେଖିବାକୁ ମିଳିଛି।

ତାଙ୍କର ହାତରେ ମିଠା ଏବଂ ପୂଜା ସାମଗ୍ରୀ ରଖାଯାଇଥିବା ଏକ ଥାଳି ରହିଛି। କର୍ମଚାରୀଙ୍କୁ ଗାଡ଼ି ଚାବି ପ୍ରଦାନ କଲାବେଳେ ଏକ ନଡିଆ ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି।

ଏଠି କହିରଖିବୁ, ଜ୍ୟାକ୍‌ଲିନ ପୂର୍ବରୁ ତାଙ୍କ ମେକ୍‌ଅପ ଆର୍ଟିଷ୍ଟଙ୍କୁ ମଧ୍ୟ ଏକ କାର ଗିଫ୍ଟରେ ଦେଇଥିଲେ। ସମସ୍ତଙ୍କୁ ଭଲ ପାଇବା, ଅନ୍ୟକୁ ଦୟା କରିବା ଆଦି ଗୁଣ ଜ୍ୟାକଲିନ ବେଶ ଜଣାଶୁଣା।

You might also like