ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ

ମୁମ୍ୱାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ହାତ ଧରିଛନ୍ତି ପିରାମଲ ଗ୍ରୁପ ଅଧ୍ୟକ୍ଷ ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ।

ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ବାହାଘର ଅନୁଷ୍ଠିତ ହେଉଛି। ଏଥିପାଇଁ ଆଣ୍ଟିଲିଆକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।  ଏହି ବିବାହ ଉତ୍ସବରେ ବହୁ ଷ୍ଟାରଙ୍କୁ ଦେଖିବାକୁ ମିଳିଛି।

ଅମିର ଖାନ୍‌ ଓ ତାଙ୍କ ସ୍ତ୍ରୀ କିରନ ରାଓଙ୍କୁ ବାହାଘର ଉତ୍ସବରେ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଉଦୟପୁରରେ ହୋଇଥିଲା ପ୍ରି-ୱେଡିଂ ସେରିମୋନି।  ୪ ଦିନ ଧରି ଚାଲିଥିବା ଏ ଉତ୍ସବରେ ଏକାଠି ହୋଇଛନ୍ତି ଦେଶର ବହୁ ନାମୀଦାମୀ ସେଲିବ୍ରିଟି।

You might also like