ଉଦିତ୍‌ଙ୍କ ପୁଅଙ୍କୁ ନୁହେଁ, ଏହି ପ୍ରତିଯୋଗୀଙ୍କୁ ବିବାହ କରିବେ କି ନେହା ?

ମୁମ୍ବାଇ: ଲଭ୍‌ ଲାଇଫ୍‌କୁ ନେଇ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ଉଭୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଖାଲି ଏତିକି ନୁହେଁ ଉଦିତ୍‌ ଖୋଦ୍‌ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ କହିଥିଲେ।

ଏବେ ପୁଣି ନେହାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଆଦିତ୍ୟଙ୍କ ସହ ନୁହେଁ ବରଂ ଜଣେ ପ୍ରତିଯୋଗୀଙ୍କୁ ନେହା ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।

ଶୁଣିବାକୁ ମିଳୁଛି ଯେ, ନେହା ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନ‌ପ୍ରୀତ୍‌ ସିଂଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ମ୍ୟୁଜିକ୍‌ ରିଅଲଟି ଶୋ’ ‘India’s Rising Star’  ଦ୍ୱିତୀୟ ସିଜନ୍‌ର ଫାଷ୍ଟ୍‌ ରନର୍‌ ଅପ୍‌ ହୋଇଥିଲେ ରୋହନ‌ପ୍ରୀତ୍‌। ସେ ୱେଡିଂ ରିଅଲିଟି ଶୋ’‘Mujhse Shaadi Karoge’  ରେ ମଧ୍ୟ ନଜର ଆସିଥିଲେ।

ନିକଟରେ ଉଭୟ(ନେହା-ରୋହନ‌ପ୍ରୀତ୍‌) ଏକାଠି ଏକ ମ୍ୟୁଜିକ୍‌ ଭିଡିଓ କରିଥିଲେ। ଅନେକ ସମୟରେ ଉଭୟ ଏକାଠି ହୋଇ ଭିଡିଓ ଓ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଶେଆର୍‌ କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ‘ଚଳିତ ମାସ ଶେଷ ସୁଦ୍ଧା ଉଭୟଙ୍କ ବିବାହ ଦିଲ୍ଲୀରେ ଅନୁଷ୍ଠିତ ହେବ। କରୋନା ମହାମାରୀ ଯୋଗୁ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ଅନୁସାରେ, ରୋହନପ୍ରୀତଙ୍କ ବିବାହକୁ ନେଇ ତାଙ୍କ ମ୍ୟାନେଜର୍‌ କହିଛନ୍ତି, ‘ହଁ ଆମେ ମଧ୍ୟ ଏଭଳି କିଛି ଶୁଣିବାକୁ ପାଉଛୁ। କିନ୍ତୁ ଉଭୟ ସିଙ୍ଗଲ୍‌ ଥିବାରୁ ସେମାନଙ୍କ ନାଁକୁ ଯୋଡ଼ା ଯାଉଛି। ହେଲେ ଏବେ ବିବାହ ପାଇଁ ରୋହନପ୍ରୀତ୍‌ଙ୍କ ସେଭଳି କିଛି ଫ୍ଲାନିଂ ନାହିଁ।’

 

View this post on Instagram

 

Shukar Hai Mere Rabba! ♥️👼🏻🙏🏼😇

A post shared by Rohanpreet Singh (@rohanpreetsingh) on

ତେବେ ଉଭୟ ବିବାହକୁ ନେଉ ହେଉଥିବା ଚର୍ଚ୍ଚା କେତେ ଦୂର ସତ ତାହା ସମୟ ଆସିଲେ ହିଁ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

You might also like