ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ Narcotics Control Bureau (NCB) ଏବେ ଏହାର ଯାଞ୍ଚ କରୁଛି।

Aaj Takର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଫାର୍ମହାଉସ୍‌କୁ ନେଇ NCB ହାତରେ କିଛି ନୂଆ ତଥ୍ୟ ଲାଗିଛି। ନିଶା ସେବନ ପାଇଁ ବ୍ୟବହୃତ ଜିନିଷ ଓ କିଛି ଔଷଧ ସୁଶାନ୍ତଙ୍କ ଫାର୍ମହାଉସ୍‌ରୁ ମିଳିଥିବା ସୂଚନା ମିଳିଛି। ଯେଉଁଥିରୁ ଜଣାପଡ଼ିଛି ଯେ, ଫାର୍ମହାଉସ୍‌ରେ ଡଗ୍ସ ପାର୍ଟି ହେଉଥିଲା।

ଏହା ଜଣାପଡ଼ିବା ପରେ କେଉଁମାନେ ସୁଶାନ୍ତଙ୍କ ଫାର୍ମହାଉସ୍‌କୁ ଆସୁଥିଲେ, ଏବେ ସେମାନଙ୍କ ଉପରେ ନଜର। ଏ ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଏପରିକି ଫାର୍ମହାଉସ୍‌ର ସିସିଟିଭି ଫୁଟେଜ୍‌କୁ NCB ଜବତ କରିଥିବା ସୂଚନା ମିଳିଛି।

ଏହି ଫାର୍ମହାଉସ୍‌ ବ୍ୟତୀତ NCBର ଏକ ଟିମ୍ ଏକ‌ ଆଇଲ୍ୟାଣ୍ଡ୍‌କୁ ଯାଇଛନ୍ତି, ଯେଉଁଠାରେ ସୁଶାନ୍ତ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୨ ବଲିଉଡ୍‌ ଅଭିନେତ୍ରୀଙ୍କୁ ନେଇ ସେଠାକୁ ଯାଇଥିଲେ। ଏହି ସ୍ଥାନରେ ମଧ୍ୟ ଡ୍ରଗ୍ସ ପାର୍ଟି ଚାଲିଥିଲା ବୋଲି NCB ବିଶେଷ ସୂତ୍ରରୁ ଜାଣିବାକୁ ପାଇଛି।

ଶନିବାର NCB ଅଟୋରିକ୍ସା ଡ୍ରାଇଭର ଓ ଜଣେ ରେଷ୍ଟୁରାଣ୍ଟ୍‌ ମାଲିକଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏସମସ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଏହି ୬ ଡ୍ରଗ୍‌ ବେପାରୀ ହେଲେ-କରଣ୍‌ଜୀତ୍‌ ସିଂ ଆନନ୍ଦ, ଦ୍ୱାନି ଫର୍ଣ୍ଣାଡିସ୍‌, ସଙ୍କେତ ପଟେଲ୍‌, ଅଙ୍କୁଶ ଅନ୍‌ରେଜା, ସନ୍ଦୀପ ଗୁପ୍ତା ଓ ଅଫତାବ୍‌ ଫେତହ ଅନ୍‌ସାରୀ। ଏମାନଙ୍କ ମଧ୍ୟରୁ ଅଙ୍କୁଶ ଅନ୍‌ରେଜା ହୋଟେଲ୍‌ ମାଲିକ ଓ ସନ୍ଦୀପ ଗୁପ୍ତା ଜଣେ ଅଟୋରିକ୍ସା ଡ୍ରାଇଭର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like