ସତରେ କ’ଣ ସୁଶାନ୍ତଙ୍କ ଘରେ ଭୂତ ଥିଲେ ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଫାଇନାଲ୍‌ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସେ ଆତ୍ମହତ୍ୟା କରିଛନ୍ତି। ହେଲେ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି।

ଏପରିକି ବର୍ଷୀୟାନ୍‌ ଅଭିନେତା ଶେଖର ସୁମନ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ସେ ଯଦି ଆତ୍ମହତ୍ୟା କରିଥାନ୍ତେ, ତା’ହେଲେ ସେ ସୁଇସାଇଡ୍‌ ନୋଟ୍‌ ଛାଡ଼ିଥାନ୍ତେ। ହେଲେ ତାଙ୍କ ଆତ୍ମହତ୍ୟା ପରେ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନଥିଲା। ତେଣୁ ଏଥିରେ କିଛି ଗଡ଼ବଡ଼ ଅଛି ବୋଲି ସେ ଭାବୁଛନ୍ତି ଓ ଏହି ଘଟଣାର ତଦନ୍ତ କରିବା ଉଚିତ୍‌ ବୋଲି କହିଛନ୍ତି।

ସୁଶାନ୍ତ ସିଂ ରାଜପୁତ ଓ ହଣ୍ଟେଡ୍‌ ବାନ୍ଦ୍ରା ହୋମ୍‌

ସୁଶାନ୍ତଙ୍କ ମୃତ୍ୟୁ ପରେ ଯଦି ବେଶୀ କେହି ଚର୍ଚ୍ଚାରେ ଥାନ୍ତି, ସେ ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ରିୟାଙ୍କୁ ବାନ୍ଦ୍ରା ପୁଲିସ୍‌ ୯ ଘଣ୍ଟା ଜେରା କରିବା ସହ ସେ ଦେଇଥିବା ଅନେକ ବୟାନ୍‌ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ କିଛି ମେଡିସିନ୍‌ ମିଳିଛି, ଯାହା ପ୍ରମାଣ କରିଛି ଯେ ସେ ଡିପ୍ରେସନ୍‌ରେ ଥିଲେ ବୋଲି। ଏପରିକି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ କହିଛନ୍ତି ଯେ, କିଛି ମାସ ତଳେ ସେ ତାଙ୍କ ନିକଟକୁ ୩ଥର ଆସିଥିଲେ। ସେ ଆଉ ଥରେ ଆସିବାର କାର୍ଯ୍ୟକ୍ରମ ଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁ ଆସି ପାରିନଥିଲେ।

ରିୟା ମଧ୍ୟ କହିଛନ୍ତି ଯେ, ସୁଶାନ୍ତ ଡିପ୍ରେସନ୍‌ରେ ଥିଲେ ଓ ଏଥିପାଇଁ ସେ ମେଡିସିନ୍‌ ମଧ୍ୟ ଖାଉଥିଲେ। ତେବେ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରକୁ ନେଇ ରିୟା ଦେଇଥିବା ବୟାନ୍‌ ଏବେ ସମସ୍ତଙ୍କୁ ଚକିତ କରିଛି। ରିୟାଙ୍କ କହିବା ଅନୁସାରେ, ବାନ୍ଦ୍ରାରେ ଥିବା ସୁଶାନ୍ତଙ୍କ ଘରେ ଭୂତ ରହୁଥିଲେ। ଯେଉଁଥି ପାଇଁ ନିଜକୁ ସେ ଘରେ ବ୍ୟତିବ୍ୟସ୍ତ ଅନୁଭବ କରୁଥିଲେ ରିୟା। ଏପରିକି ସୁଶାନ୍ତ ମଧ୍ୟ ଭାବୁଥିଲେ ଯେ, ସେଇ ଘରେ କିଛି ନା କିଛି ତ୍ରୁଟି ରହିଛି।

sushant singh 2

‘ଯେତେବେଳେ ଆମେ ସେଠାରେ ଏକାଠି ଥିଲୁ ମୁଁ ଓ ସୁଶାନ୍ତ ଉଭୟ ସେଇ ଘରେ ବ୍ୟତିବ୍ୟସ୍ତ ଅନୁଭବ କରୁଥିଲୁ’ ବୋଲି ରିୟା କହିଛନ୍ତି।

ସୁଶାନ୍ତଙ୍କ ସହ ଖୁସି  ନ ଥିଲେ ରିୟା !

ତେବେ ରିୟା କହିଥିବା କଥାରେ କେତେ ସତ୍ୟତା ଅଛି ତାହା ଜଣାପଡ଼ିନାହିଁ। କିନ୍ତୁ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ, ରିୟା କରିଥିବା କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ସେ ଏଭଳି ମନଗଢ଼ା କାହାଣୀ କହୁଛନ୍ତି। ହେଲେ ଘଟଣା ଯାହା ହେଉ ନା କାହିଁକି ପରିବାରବାଦ ଅଭିଯୋଗ ଆଣି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସୁଶାନ୍ତଙ୍କ ଫ୍ୟାନ୍ସ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ସୁଶାନ୍ତ ମାସକରେ ୫୦ ସିମ୍ କାର୍ଡ ବଦଳାଇ ଥିଲେ, ପ୍ରଶ୍ନ ଉଠାଇଲେ ଶେଖର ସୁମନ୍

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ

You might also like