ଦୂରଦର୍ଶନରେ ପୁଣିଥରେ ପ୍ରସାରଣ ହେବ ଇର୍‌ଫାନଙ୍କ ଅଭିନୀତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରିୟ କଳାକାର ଇର୍‌ଫାନ୍‌ ଆଜି ଆମ ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ଇର୍‌ଫାନଙ୍କ ମରଶରୀରକୁ ମୁମ୍ବାଇର ବରସୋଭା କବ୍ରିସ୍ତାନରେ ଇସଲାମ ରୀତିନୀତି ଅନୁଯାୟୀ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି।

ତେବେ ଇର୍‌ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିନିତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’କୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ଏ ନେଇ ଡିଡି ନ୍ୟାସ୍‌ନ୍ୟାଲ୍‌ ଚ୍ୟାନେଲ୍‌ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଦିନ ସାଢ଼େ ତିନିଟା ବେଳେ ଏହି ଧାରାବାହିକ ଡିଡିନ୍ୟାସ୍‌ନ୍ୟାଲ୍‌ ଚ୍ୟାନେଲ୍‌ ପ୍ରସାରଣ ହେବ। ଏହି ଧାରାବାହିକକୁ ନିର୍ଦ୍ଦେଶନା ଦେଇଥିଲେ ପ୍ରବୀଣ ନିଚୋଲ। ଏଥିରେ ବିଶିଷ୍ଠ ଅଭିନେତା ଫାରୁଖ ଶେଖ୍ ମଧ୍ୟ ଅଭିନୟ କରିଛନ୍ତି। ଧାରାବାହିକଟି ସରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବହି ଉପରେ ଆଧାରିତ।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ଏହାପରେ ୮୦ ଦଶକରେ ସେ ମୁମ୍ବାଇ ଆସି ଚାଣକ୍ୟ, ବନେଗୀ ଅପ୍ନୀବାତ, ଭାରତ ଏକ ଖୋଜ୍‌, ଶ୍ରୀକାନ୍ତ ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ୧୯୮୮ରେ ମୀରା ନାୟରଙ୍କ ଫିଲ୍ମ ସଲାମ ବମ୍ବେରେ ଅଭିନୟ କରିବା ସୁଯୋଗ ପାଇଥିଲେ ଇର୍‌ଫାନ। ଏହାପରେ ସେ ଅନ୍ୟ କେତେକ ଫିଲ୍ମ ମଧ୍ୟ କଲେ। କିନ୍ତୁ ମକବୁଲ୍‌, ଲାଇନ୍‌ ଇନ୍‌ ଏ ମେଟ୍ରୋ ଏବଂ ପାନ୍‌ ସିଂହ ତୋମାର ଭଳି ଫିଲ୍ମରେ ତାଙ୍କ ଅଭିନୟ ଜନଆଦ୍ରୁତ ହୋଇପାରିଥିଲା। ଲୋକମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ।

କେବଳ ବଲିଉଡ୍‌ ନୁହେଁ, ସେ ହଲିଉଡ୍‌ରେ ମଧ୍ୟ ନିଜ ଅଭିନୟର ଜଲ୍‌ୱା ଦେଖାଇଛନ୍ତି। ସ୍ଲମ୍‌ଡଗ୍‌ ମିଲିଓନେୟାର, ଏ ମାଇଟ୍‌ ହାର୍ଟ, ଜୁରାସିକ୍‌ ୱାର୍ଡ ଓ ଦି ଆମାଜିଂ ସ୍ପାଇଡର୍‌ ମ୍ୟାନ୍‌, ଲାଇଫ୍‌ ଅଫ୍‌ ପାଏ ଓ ଇନଫେର୍ଣ୍ଣୋ ଭଳି ଅନେକ ହଲିଉଡ୍‌ ଫିଲ୍ମ କରିଛନ୍ତି। ତେବେ ଆଙ୍ଗ୍‌ ଲୀଙ୍କ ଫିଲ୍ମ ‘ଲାଇଫ୍‌ ଅଫ୍‌ ପାଏ’ ଜବରଦସ୍ତ ସଫଳତା ପାଇଥିଲା।

ସେହିଭଳି ବଲିଉଡ୍‌ରେ ଫିଲ୍ମରେ, ପିକୁ, ଲଞ୍ଜବକ୍ସ ଏବଂ ହିନ୍ଦି ମିଡିୟମ୍‌ ଭଳି ଅନେକ ଫିଲ୍ମ ତାଙ୍କର ସଫଳ ହୋଇଛି। ତେବେ ୨୦୧୭ରେ ଇର୍‌ଫାନ୍‌ ଓ ତାଙ୍କ ପତ୍ନୀ ସୁତପାଙ୍କ ସହିତ ମିଶି ‘କରିବ କରିବ ସିଙ୍ଗଲ୍‌’ ଫିଲ୍ମର ପ୍ରଯୋଜନା ମଧ୍ୟକରିଥିଲେ। ୨୦୧୮ରେ ତାଙ୍କ ଫିଲ୍ମ କରୱାନ୍‌ ଓ ବ୍ଲାକ୍‌ମେଲ୍‌ ଫିଲ୍ମରେ ଅଭିନୟ କରିଥିଲେ।

ତେବେ ୨୦୧୮ରେ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ରୋଗରୁ ଭଲ ହେବା ପରେ କେବଳ ଅଙ୍ଗ୍ରେଜୀ ମିଡିୟମ୍ ଫିଲ୍ମରେ ଅଭିନୟ କରିଥିଲେ। କରୋନା ଲକ୍‌ଡାଉନ୍‌ ପାଇଁ ଫିଲ୍ମଟି ବ୍ୟବସାୟ କରିପାରି ନଥିଲା। ତେବେ ଏହାପରଠାରୁ ସେ ଗୋଟିଏ ବି ଫିଲ୍ମ ସାଇନ୍ କରି ନଥିଲେ।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like